Below header

ପତିଙ୍କୁ ମିସ କରି ଥ୍ରୋ ବ୍ୟାକ ଫଟୋ ସବୁକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ନତାସା ସ୍ଟେନକୋବିକ, ଥରେ ପକାନ୍ତୁ ନଜର   

ଅଭିନେତ୍ରୀ ତଥା ଡ୍ୟାନ୍ସର ନତାସା ସ୍ଟେନକୋବିକ ପତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଖୁବ ମିସ କରୁଛନ୍ତି । ସେପଟେ ହାର୍ଦ୍ଦିକ ବର୍ତ୍ତମାନ ସମୟରେ ଦୁବାଇରେ ଚାଲିଥିବା ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୦ ରେ ଭାଗ ନେଇ ସେଠି ବ୍ୟସ୍ତ ଥିବା ବେଳେ ଏପଟେ ନତାସା ପତିଙ୍କୁ ମିସ କରି ନତାସା ସିଙ୍ଗାପୁରରେ ପତିଙ୍କ ସହ କାଟିଥିବା କିଛି ଥ୍ରୋ ବ୍ୟାକ ଫଟୋ ସବୁକୁ ସେୟାର କରିଛନ୍ତି । ପୁରୁଣା ଦିନର ସ୍ମୃତି ସବୁକୁ ଏକାକୀ ସାଉଁଟି ବସିଛନ୍ତି ନତାସା । ଏହା ମଧ୍ୟରୁ ଗୋଟେ ଫଟୋରେ ଉଭୟେ ଏକାଠି ଷ୍ଟାଇଲିସ ଅନ୍ଦାଜରେ ସମୁଦ୍ର କୂଳରେ ପୋଜ ଦେଉଥିବାର ନଜର ଆସିଛନ୍ତି । ଆଉ ଏହାର କ୍ୟାପ୍ସନରେ ଲେଖିଛନ୍ତିକି – “ସିଙ୍ଗାପୁର ଗସ୍ତର ଅଭୁଲା ସ୍ମୃତି ” । କିନ୍ତୁ ଏହି ଫଟୋ ସେୟାର ପରେ ନିଜେ ହାର୍ଦ୍ଦିକ ବି କମେଣ୍ଟ ଦେଉଥିବାର ନଜର ଆସିଛନ୍ତି । ଆଉ ଏକ ହାର୍ଟ ସେପର ଇମୋଜି ପୋଷ୍ଟ କରିଛନ୍ତି ।

 

 

View this post on Instagram

 

#tb to our Singapore trip 🧡 @hardikpandya93 #memories

A post shared by Nataša Stanković✨ (@natasastankovic__) on

ଆଉ ଏକ ଫଟୋରେ ନତାସା ଏକ ବ୍ଲାକକଲର ଟପ, ପ୍ୟାଣ୍ଟ ପିନ୍ଧିଥିବା ବେଳେ ହାର୍ଦ୍ଦିକ ଏକ ସିମାରି ଜ୍ୟାକେଟରେ ନଜର ଆସିଛନ୍ତି । ଆଉ ଦୁହେଁ ଏକ ମିରର ସାମ୍ନାରେ ଛିଡ଼ା ହୋଇ ଖୁବ ମଜାର ସହ ସେଲ୍ଫି ନେଉଛନ୍ତି । ଗତ ୧୧ ତାରିଖରେ ହାର୍ଦ୍ଦିକର ୨୭ ତମ ଜନ୍ମ ଦିନ ଥିବା ବେଳେ ସେହି ଦିନ ବି ପତ୍ନୀ ନତାସା ପତିଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଦେବା ସହ ଅନେକ ପୁରୁଣା ସ୍ମୃତି ସବୁକୁ ସାଉଁଟି ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ । କହିରଖିବା ଉଚିତ ହେବକି, ଚଳିତ ବର୍ଷ ପ୍ରାରମ୍ଭିକ ସ୍ତରରେ ଉଭୟର ନିର୍ଭନ୍ଧ ହୋଇଥିବା ବେଳେ ଜୁଲାଇ ୩୦ରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ନତାସା ସ୍ଟେନକୋବିକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.