ନବରାତ୍ରୀର ଷଷ୍ଠ ଦିନରେ କରନ୍ତୁ ମାଁ କାତ୍ୟାୟନୀଙ୍କ ପୂଜା, ମିଳିବ ସୁଖି ଜୀବନ ବଞ୍ଚିବାର ଆଶୀର୍ବାଦ

ଆଜି ନବରାତ୍ରୀର ଷଷ୍ଠ ଦିନ। ଆଜିର ଦିନରେ ମାଁ କାତ୍ୟାୟନୀଙ୍କୁ ପୂଜା କରାଯାଇଥାଏ। ଦେବୀ ଦୁର୍ଗାଙ୍କ ୯ଟି ସ୍ୱରୂପ ମଧ୍ୟରେ ମାଁ କାତ୍ୟାୟନୀଙ୍କ ପୂଜା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ତେବେ ଆସନ୍ତୁ ଜାଣିବା ମାତାଙ୍କ ଏହି ରୂପ କିପରି, ପୌରାଣିକ କଥା ଏବଂ ପୂଜା ବିଧି।

ମାତାଙ୍କ ସ୍ୱରୂପ

ମାଁ କାତ୍ୟାୟନୀଙ୍କ ସ୍ୱରୂପ ଅତ୍ୟନ୍ତ ଭୟ ଏବଂ ଦିବ୍ୟ। ମାଁ କାତ୍ୟାୟନୀ ସୁନା ଭଳି ଚମିକିଥାନ୍ତି। ଦେବୀ କାତ୍ୟାୟନୀଙ୍କର ଚାରି ଭୁଜା। ମାଁଙ୍କ କାତ୍ୟାୟନୀଙ୍କ ବାହାନ ହେଉଛନ୍ତି ସିଂହ।

ମାଁ କାତ୍ୟାୟନୀଙ୍କ ପୌରାଣିକ କଥା

ମାଁ ଦୁର୍ଗାଙ୍କ ଏହି ସ୍ୱରୂପର ପ୍ରାଚୀନ କଥା ଅନୁଯାୟୀ, ଏକ ପ୍ରସିଦ୍ଧ ମହର୍ଷି, ଯାହାଙ୍କ ନାମ କାତ୍ୟାୟନୀ ରହିଥିଲ। ମହର୍ଷି ଜଗଦମ୍ବାଙ୍କୁ ପୁତ୍ରୀ ରୂପରେ ପାଇବା ପାଇଁ କଠିନ ତପସ୍ୟା କରିଥିଲେ। ହଜାର ବର୍ଷ କଠିନ ତପସ୍ୟା ପରେ ପଶ୍ଚାତ୍‌ ମହର୍ଷି କାତ୍ୟାୟନୀଙ୍କ ଏଠାରେ ଦେବୀ ଜଗଦମ୍ବା ପୁତ୍ରୀ ରୂପରେ ଜନ୍ମ ନେଇଥିଲେ ଏବଂ କାତ୍ୟାୟନୀ କୁହାଯାଇଥିଲ। ମାଁ ବହୁତ ଗୁଣବତୀ। ମାଁ କାତ୍ୟାୟନୀ ଅମୋଘ ଫଳଦାୟିନୀ। ଏହି ଦିନ ସାଧକଙ୍କ ମନ ଆଜ୍ଞା ଚକ୍ରରେ ସ୍ଥିତ ରହିଥାନ୍ତି। ଯୋଗ୍ୟ ସାଧନାରେ ଏହି ଆଜ୍ଞା ଚକ୍ରର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସ୍ଥାନ। ଏହି ଦିନ ଜାତକର ମନ ଆଜ୍ଞା ଚକ୍ରରେ ସ୍ଥିତି ହେବା କାରଣରୁ ମାଁ କାତ୍ୟାୟନୀଙ୍କ ସାଧାରଣ ରୂପରେ ଦର୍ଶନ ପ୍ରାପ୍ତ ହୋଇଥାଏ। ସାଧକ ଏହି ଲୋକରେ ରହିବା ସହ ଅଲୌକିକ ତେଜ ସହ ଯୋଡି ହୋଇ ରହିଥାନ୍ତି।

maa katyayaniକାତ୍ୟାୟନୀ ଦେବୀ ପୂଜାର ମହାଉପାୟ

ଯଦି କୌଣସି ବ୍ୟକ୍ତିଙ୍କ ବିବାହରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ ତେବେ ଆଜିର ଦିନରେ ଏହି ବ୍ୟକ୍ତି ମାତାଙ୍କ ବିଶେଷ ରୂପେ ପୂଜା-ଆରାଧନା କରିବା ଉଚିତ। ଆଜିର ଦିନରେ ମାଁ କାତ୍ୟାୟନୀଙ୍କ ବିଧି ପୂର୍ବକ ସ୍ତୁତି କରିବା ଦ୍ୱାରା ସୁଖଦ ବୈବାହିକ ଜୀବଦର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଯେଉଁ ସାଧକଙ୍କ ବିବାହ ସମ୍ବନ୍ଧିତ ସମସ୍ୟା ଦେଖାଯାଇଥାଏ, ଏହି ଦିନ ମାଁଙ୍କୁ ଖଣ୍ଡ ହଳଦୀ ଅର୍ପିତ କରିବା ଦ୍ୱାରା ମାଁ ଉତ୍ତମ ଫଳ ପ୍ରଦାନ କରିଥାନ୍ତି।

ମାଁ କାତ୍ୟାୟନୀଙ୍କ ପୂଜା ବିଧି

ନବରାତ୍ରୀର ଷଷ୍ଠ ଦିନରେ ସ୍ନାନ ସାରି ଧ୍ୟାନ କରିବା ପରେ ନାଲି ରଙ୍ଗର କପଡା ପିନ୍ଧି ମାଁ କାତ୍ୟାୟନୀଙ୍କ ପ୍ରତିମା ଏବଂ ଫଟୋ ସାମ୍ନାରେ ମାତାଙ୍କ ଧ୍ୟାନ କରନ୍ତୁ। ଏହାପରେ କଳସ ଆଦି ପୂଜନ କରିବା ପରେ ମାଁଙ୍କୁ ହଳଦିଆ ରଙ୍ଗର ଫୁଲ ଦ୍ୱାରା ବିଶେଷ ପୂଜା-ଅର୍ଚ୍ଚନା କରନ୍ତୁ। ଏଥିସହ ପୂଜା ପରେ ମାଁ କାତ୍ୟାୟନୀଙ୍କ ବନ୍ଦନା କିମ୍ବା ଶ୍ଲୋକ ପଢନ୍ତୁ। ଏସବୁ ପରେ ମାଁଙ୍କୁ ହଳଦିଆ ରଙ୍ଗର ଭୋଗ କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.