ଖୁବଶୀଘ୍ର ଆସୁଛି Royal Enfield Meteor 350 , ଜାଣନ୍ତୁ କ’ଣ ରହିବ ଦାମ୍‌ ଏବଂ ଫିଚର୍ସ

ରୟାଲ୍ ଏନଫିଲ୍ଠ ପ୍ରେମୀଙ୍କ ପାଇଁ ଖୁସିଖବର। ଖବୁଶୀଘ୍ର ରୟାଲ ପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଖୁବଶୀଘ୍ର ବଜାରକୁ ଆସିବାକୁ ଯାଉଛି ବହୁ ପ୍ରତିକ୍ଷିତ ରୟାଲ୍ ଏନ୍ଫିଲ୍ଡର ନୂଆ ମଡେଲ୍ । ବାରମ୍ବାର ଲଞ୍ଚ ଡେଟ୍ ଘୁଞ୍ଚୁଥିବା ବେଳେ ଏଥର କିନ୍ତୁ ଡିସେମ୍ବର ୬ରେ ବଜାରକୁ ପ୍ରବେଶ କରିବ।

ରୟାଲ୍ ଏନ୍ଫିଲ୍ଡ ମେଟେଓର ୩୫୦ (Meteor 350) ନଭେମ୍ବର ୬ରେ ଲଞ୍ଚ ହେବାକୁ ଯାଉଛି। ଲଞ୍ଚ ହେବାକୁ ଯାଉଥିବା ପ୍ରତିକ୍ଷିତ ବାଇକ୍ ରୟାଲ୍ ଏନ୍ଫିଲ୍ଡ ମେଟେଓର ୩୫୦ ପୂର୍ବରୁ ଟେଷ୍ଟିଂ ସମୟରେ ଦେଖାଯାଇଥିଲା। ରେଟ୍ରୋ କ୍ଳାସିକ୍ କ୍ରୁଜ୍ର ମେଟେଓର ୩୫୦ର ଫିଚ୍ର ମଧ୍ୟ ଅନ୍ଲାଇନ୍ରେ ଭାଇରାଲ୍ ହେଉଥିଲା। ଲିକ୍ ହୋଇଥିବା ତଥ୍ୟ ଗ୍ରାହକଙ୍କ ମନରେ ଆଗ୍ରହ ସୃଷ୍ଟି କରିଥିଲା। ରୟାଲ୍ ଏନ୍ଫିଲ୍ଡ ମେଟେଓର ୩୫୦ ଲୁକ୍ ଓ ଫିଚ୍ର ବୁଲେଟ୍ ପ୍ରେମୀଙ୍କୁ ବେଶ ଆକୃଷ୍ଟ କରିଥିଲା।

ଦାମ୍‌ ଏବଂ ଫିଚର୍ସ:

ନଭେମ୍ବର ୬ରେ ରୟାଲ୍ ଏନ୍ଫିଲ୍ଡ ମେଟେଓର ୩୫୦ ବଜାରକୁ ଆସିବ। ଏହା ୩ଟି ଭାରିଏଣ୍ଟରେ ଆସିବ ବୋଲି ଚର୍ଚ୍ଚା ହେଉଛି। ଫାୟାରବଲ୍, ଷ୍ଟେଲାର ଓ ସୁପରନୋଭା। ପୂର୍ବରୁ ଲିକ୍ ହୋଇଥିବା ତଥ୍ୟ ଅନୁସାରେ ଟ୍ରପ୍ର ନାଭିଗେସ୍ନ ଫିଚର ସହ ଆସିବ ମେଟେଓର ୩୫୦। ୩୫୦ ସିସି ଇଞ୍ଜିନ୍ ସହ ସିଙ୍ଗଲ୍ ସିଲିଣ୍ଡର, ଏୟାର କୁଲ୍ଡ, ଲଙ୍ଗ ଷ୍ଟେ୍ରାକ୍ ଇଞ୍ଜିନ୍ ଭଳି ଦମଦାର ଫିଚର ରହିଛି। ୨୦.୨ ବିଏଚପି ପାଓ୍ବାର ସହ ରହିଛି ୨୭ ଏନଏମ ପିକ୍ ଟର୍କ। ତେବେ ମେଟେଓର ୩୫୦ ଥଣ୍ଡରବାର୍ଡ ୩୫୦ ଏକ୍ସ ସ୍ଥାନ ନେବ ବୋଲି ଚର୍ଚ୍ଚା ଚାଲିଛି। ମେଟେଓର ୩୫୦ର ଏକ୍ସ ସୋ ରୁମ୍ ମୁଲ୍ୟ ରହିବ ୧.୬୦ ଲକ୍ଷରୁ ୧.୭୫ ଲକ୍ଷ ରହିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.