ପାରାଦୀପ: ରାସ୍ତା ମଝିରେ ଓଲଟିପଡ଼ିଲା ମାଛ ଭର୍ତ୍ତି ପିକଅପ୍ ଭ୍ୟାନ୍, କିଛି ମିନିଟ ଭିତରେ ଅଧାଖାଲି କରିଦେଲେ ଲୋକେ

ପାରାଦୀପ(କେନ୍ୟୁଜ୍): ରାସ୍ତା ମଝିରେ ଭାରସାମ୍ୟ ଭାରସାମ୍ୟ ହରାଇ ଓଲଟିପଡ଼ିଲା ପାରାଦୀପ ମାଛଧରା ବନ୍ଦରରୁ ଦୀଘା ଯାଉଥିବା ମାଛ ଭର୍ତ୍ତି ପିକଅପ୍ ଭ୍ୟାନ୍। ରାସ୍ତାର ବିଛାଡ଼ି ହୋଇ ପଡିଲେ ମାଛ। କିନ୍ତୁ ମାଛ ଗାଡିକୁ ଉଦ୍ଧାର କରିବା ପରିବର୍ତ୍ତେ  ବାଟରେ ଯାଉଥିବା ଲୋକ ଯିଏ ଯେତେ ପାରିଲେ ବୋହିନେଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାରାଦୀପ ଗଡ଼ ନିକଟରେ ।

ଗାଡିଟିରେ ପାଖାପାଖି ୪ ଲକ୍ଷ ଟଙ୍କାର ମାଛଥିବାର ଜଣା ପଡିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚିଲା  ବେଳେକୁ ସେଠାକାର ସ୍ଥାନୀୟ ଲୋକ ଗାଡିଟିରୁ ଅଧା ମାଛ ବୋହିନେଇଥିବାର ଦେଖିବାକୁ ମିଳିଛି। ପରେ  ମାଛ ବ୍ୟବସାୟୀ ପହଞ୍ଚି ବଳକା ମାଛ ଗୁଡ଼ିକୁ ପ୍ୟାକିଂ କରି ଅନ୍ୟ ଏକ ଗାଡ଼ି ସାହାଯ୍ୟରେ ଦୀଘା ପଠାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.