ପୁରୀ: ଦୀର୍ଘ ୨୫ବର୍ଷ ପରେ ଶ୍ରୀମନ୍ଦିରରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ। ପବିତ୍ର ଦଶହରାରେ ବେଶ ପାଇଁ ଆରମ୍ଭ ହୋଇଛି ଅନୁକୂଳ । ହରଚଣ୍ଡୀ ସାହି ଚକ୍ରକୋଟ ଜାଗାରେ ଅନୁକୂଳ କରିଛନ୍ତି କାରିଗର। ମସ୍ତକରେ ହାଣ୍ଡିଆ, ହାତରେ ଛୁରୀ କଟାରୀ, ଶ୍ରୀମୁଖରେ ଲମ୍ବା ଦାଢି ଭଳି ଅନ୍ୟ ଓ ଅପୂର୍ବ ନାଗା ରୂପରେ ଦର୍ଶନ ଦେବେ ମହାବାହୁ।
ଏ ବର୍ଷ ପଞ୍ଚକ ୫ଦିନ ବଦଳରେ ୬ଦିନ ପଡୁଥିବାରୁ ବିଧି ଅନୁସାରେ ମଳ ଦ୍ୱାଦଶୀରେ ମହାପ୍ରଭୂଙ୍କ ନାଗା ବେଶ ଲାଗି ମାସକ ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ସନ୍ତରା ପଟ, ସୋଲ ଓ ବେତ ଆଦି ଦ୍ରବ୍ୟରେ ତିଆରି ହେବ ନାଗାର୍ଜୁନ ବେଶ ଲାଗି ସାଜ, ସରଜ୍ଜାମ। ୨୭ରେ ମହାପ୍ରଭୂଙ୍କ ଏହି ଦୁର୍ଲଭ ନାଗାର୍ଜୁନ ବେଶ ହେବ। ୧୯୯୪ରେ ହୋଇଥିଲା ଶ୍ରୀଜିଉଙ୍କ ଏହି ଦୁର୍ଲଭ ନାଗାର୍ଜୁନ ବେଶ।