ଜାତି ବାହାରେ ବିବାହକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ସରକାର ଲଞ୍ଚ୍‌ କଲେ ପୋର୍ଟାଲ, ପତି-ପତ୍ନୀଙ୍‌ୁ ମିଳିବ ପ୍ରୋତ୍ସାହନ ରାଶି

ଭୁବନେଶ୍ୱର(କେନୁ୍ୟୃଜ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଓଡିଶା ସରକାର ମଙ୍ଗଳବାର ଜାତି ବାହାରେ ବିବାହ ପୋର୍ଟାଲ ଲଞ୍ଚ କରିଛନ୍ତି । ଯାହାକି ଜାତି ବାହାରେ ବିବାହକୁ ପ୍ରୋତ୍ସାହନ ଦେବା ପାଇଁ ସହଯୋଗ କରିବା ସହ ବିବାହିତ ପତି-ପତ୍ନୀଙ୍କୁ ପ୍ରୋତ୍ସାହନ ରାଶି ଦେବା ପାଇଁ ସହଯୋଗ କରିବ ।

ବିବାହିତ ପତି-ପତ୍ନୀ ଏହି ପୋର୍ଟାଲ ମାଧ୍ୟମରେ ଆବେଦନ କରିବାର ୬୦ ଦିନ ମଧ୍ୟରେ ପ୍ରୋତ୍ସାହନ ରାଶି ପାଇ ପାରିବେ ବୋଲି ଜଣାଯାଇଛି । ଜାତି ବାହାରେ ବିବାହ ସାମାଜିକ ସ୍ଥିରତା ଆଣି ପାରିବ । ସେଥିପାଇଁ ସରକାର ଏହି ‘ସୁମଙ୍ଗଳ’ ପୋର୍ଟାଲ ଲଞ୍ଚ୍‌ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଏହି ପୋର୍ଟାଲ ଏସ୍‌ଟି ଆଣ୍ଡ୍‌ ଏସ୍‌ସି ଡେଭେଲପ୍‌ମେଣ୍ଟ୍‌,ମାଇନରଟି ଆଣ୍ଡ୍‌ ବ୍ୟାକ୍‌ଓ୍ଵାର୍ଡ କ୍ଲାସ୍‌ େଓ୍ଵଲ୍‌ଫେୟାର ଡିପାର୍ଟମେଣ୍ଟ ଦ୍ୱାରା ବିକଶିତ ହୋଇଛି । ୨୦୧୮ ମସିହାରେ ଏହି ଜାତି ବାହାରେ ବିବାହ ପାଇଁ ପ୍ରୋତ୍ସାହନ ରାଶି ୧ ଲକ୍ଷ ଟଙ୍କାରୁ ୨.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା ।

ତେବେ ଏହି ପ୍ରୋତ୍ସାହନ ରାଶି ଯେ କୈାଣସି ନେସ୍‌ନାଲାଇଜ୍‌ଡ୍‌ ବ୍ୟାଙ୍କ୍‌ରେ ଥିବା ପତି-ପତ୍ନୀଙ୍କ ଯୁଗ୍ମ ଏକାଉଣ୍ଟ୍‌ରେ ଡିପୋଜିଟ ହେବ । ଏହି ଅର୍ଥ ବିବାହର ୩ ବର୍ଷ ପରେ ଉଠାଇ ପାରିବେ ଏବଂ ଏହା କେବଳ ଜମିଜମା କିଣିବା ସହ ବ୍ୟବସାୟରେ ଲାଗିପାରିବ ବୋଲି ଆଇନରେ ପ୍ରାବଧାନ ରହିଛି ।

ତେବେ ପ୍ରଥମ ଥର ପାଇଁ ବିବାହ କରିଥିବା ପତି-ପତ୍ନୀ ଏହି ସୁବିଧାର ଲାଭ ଉଠାଇ ପାରିବେ । ତେବେ ଯେଉଁମାନେ ବିଧବା କିମ୍ବା ବିଧୂର ସେମାନେ ମଧ୍ୟ ଏହି ନିୟମର ଫାଇଦା ନେଇ ପାରିବେ । ୨୦୧୭-୧୮ ଆର୍ଥିକ ବର୍ଷରେ ୫୪୩ ଜଣ ପତି-ପତ୍ନୀ ଏହି ନିୟମର ସୁବିଧା ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.