ପୁରୀରେ “ମୋ ଧାମ ମୋ ଗର୍ବ” ଲୋଗୋ ଉନ୍ମୋଚିତ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ

କେନ୍ୟୁଜ (ବ୍ୟୁରୋ ): ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ସହରର ସ୍ୱଚ୍ଛତା ପାଇଁ ଆରମ୍ଭ ହୋଇଥିବା “ମୋ ଧାମ ମୋ ଗର୍ବ” ଅଭିଯାନର ଲୋଗୋ ଓ ଟ୍ୟାଗଲାଇନ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି। ଆଜିଠାରୁ ଆନୁଷ୍ଠାନିକ ଭାବେ ସହରର ବିକାଶ ଧାରାରେ “ମୋ ଧାମ ମୋ ଗର୍ବ” ଅଭିଯାନ ସାମିଲ ହୋଇଛି।

ସ୍ୱଚ୍ଛ ପୁରୀ ଲୋଗୋ ଓ ଟ୍ୟାଗଲାଇନ ପ୍ରତିଯୋଗିତରେ ଲୋଗୋ ନିମନ୍ତେ ଶ୍ରୀୟାଂଶ ପଣ୍ଡା ଏବଂ ଟ୍ୟାଗ ଲାଇନ ନିମନ୍ତେ ପ୍ରମୋଦ ଚନ୍ଦ୍ର ସ୍ୱାଇଁଙ୍କୁ ପୁରସ୍କୃତ କରାଯାଇଛି। ୧୩ ହଜାର ପ୍ରତିଯୋଗୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୦୦ ଜଣ ଏବଂ ପରବର୍ତ୍ତି ପର୍ଯ୍ୟାୟରେ ୧୦ ଜଣଙ୍କ ମଧ୍ୟରୁ ଶେଷ ଦୁଇ ଜଣଙ୍କ ଏଣ୍ଟ୍ରିକୁ ଚୟନ କରାଯାଇଛି। ଲୋଗୋ ଲୋକାର୍ପଣ ଉତ୍ସବରେ ଜଗଦଗୁରୁ ଶଂକରାଚାର୍ଯ୍ୟଙ୍କ ସହ ଜିଲ୍ଲାପାଳ ବଲୱନ୍ତ ସିଂ, ଉପଜିଲ୍ଲାପାଳ ଭବତାରଣ ସାହୁ, ପୌରସଂସ୍ଥାର ର୍ନିବାହୀ ଅଧିକାରୀ ବିଜୟ ଦାସ ଉପସ୍ଥିତ ଥିଲେ।

 

 

Leave A Reply

Your email address will not be published.