ଢେଙ୍କାନାଳ: ପୁଣି ଲଜ୍ଜା । ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ। ଢେଙ୍କାନାଳ କାମାକ୍ଷାନଗର ଥାନା ଖରଖରି ଗାଁ ମାରାମ୍ବୁରୁ ନାଳ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି।
ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସାଇଣ୍ଟିଫିକ୍ ଟିମ୍ ଓ କଙ୍କଡାହାଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଘଟଣାରେ ୩ଜଣଙ୍କୁ ଅଟକ ରଖାଯାଇ ପଚରା ଉଚରା କରାଯାଉଥିବା ଏସ୍ପି ଅଶୋକ ମିନ୍ନା ସୂଚନା ଦେଇଛନ୍ତି।