ରାଜ୍ୟରେ ‌ଗତ ୨୪ ଘଣ୍ଟାରେ ୧୦୧୮ କରୋନା ସଂକ୍ରମିତ ଚିହ୍ନଟ, ଗଲା ୧୨ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ‌ଗତ ୨୪ ଘଣ୍ଟା ମଧ୍ୟ‌ରେ ୧୦୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୮୫ ଜଣ କ୍ବାରେଣ୍ଟାଇନ୍ ରୁ ଓ ୪୩୩ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭ ହଜାର ୪ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୨ ଲକ୍ଷ ୯୩ ହଜାର ୭୪୧ ଜଣ, ସେହିପରି ସକ୍ରିୟ ଅଛନ୍ତି ୧୧ ହଜାର ୭୧୫ ଜଣ ଆକ୍ରାନ୍ତ।

  ସେହିପରି ରାଜ୍ୟରେ କରୋନାରେ ଆଜି ଆଉ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ୧୪୯୫ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.