Below header

ଦେଶରେ ଗତ ୨୪ ଘଣ୍ଟା ରେ ୪୪ ହଜାର ୮୭୯ ନୂଆ ପଜିଟିଭ ଚିହ୍ନଟ, ଗଲା ୫୪୭ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ଭିତରେ ୪୪ ହଜାର ୮୭୯ ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା ୮୭ ଲକ୍ଷ ୨୮ ହଜାର ୭୯୫କୁ ବୃଦ୍ଧି ପାଇଛି । ଯେବେକି ଗତ ଗୋଟିଏ ଦିନ ଭିତରେ ୫୪୭ ଜଣଙ୍କ ଜୀବନ ଯାଇଥିବା ବେଳେ ୧ ଲକ୍ଷ ୨୮ ହଜାର ୬୬୮
ରେ ପହଂଚିଛି ମୃତକ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଦେଶରେ ବର୍ତ୍ତମାନ ସମୟରେ ୪ ଲକ୍ଷ ୮୪ ହଜାର ୫୪୭ ଜଣଙ୍କର ଚିକିତ୍ସା ଚାଲିଥିବା ବେଳେ ୮୧ ଲକ୍ଷ ୧୫ ହଜାର ୫୮୦ ଜଣ ସଂକ୍ରମଣ ମୁକ୍ତ ହୋଇ ଫେରିଛନ୍ତି । ସୂଚନା ମୁତାବକ ବର୍ତ୍ତମାନ ସମୟରେ ଦେଶରେ ମୃତ୍ୟୁ ହାର ୧ .୪୭ ପ୍ରତିଶତ ରହିଛି ।

ଆଉ ଏବେ ମୋଟ ସଂକ୍ରମିତ ସଂଖ୍ୟାର ୫.୫୫ ପ୍ରତିଶତ ଆକ୍ରାନ୍ତଙ୍କର ଚିକିତ୍ସା ଚାଲୁ ରହିଛି । ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ବା ଆଇସିଏମଆର ଅନୁଯାୟୀ, ନଭେମ୍ବର ୧୨ ସୁଦ୍ଧା ଦେଶର ବିଭିନ୍ନ ପ୍ରାନ୍ତରେ ୧୨ କୋଟି ୩୧ ଲକ୍ଷ ୧ ହଜାର ୭୩୯ ଜଣଙ୍କର ନମୁନା ଯାଞ୍ଚ କରାଯାଇଥିବା ବେଳେ କେବଳ ଗୁରୁବାର ଦିନ ହିଁ ୧୧ ଲକ୍ଷ ୩୯ ହଜାର ୨୩୦ଟି ନମୁନା ପରୀକ୍ଷଣ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.