Below header

ବାଲିଗୁଡା ପୋଲିସର ପେଟ୍ରୋଲିଂ ବେଳେ ୪୦ କେଜିରୁ ଅଧିକ ଗଞ୍ଜେଇ ଜବତ, କାର୍ ଛାଡି ୨ ମାଫିଆ ଫେରାର୍

ବାଲିଗୁଡା: ଗଞ୍ଜେଇ ମାଫିଆଙ୍କ ଉଦ୍ୟମ ପଣ୍ଡ । ଗଞ୍ଜେଇ ଭର୍ତ୍ତି କାରକୁ ଛାଡି ଦୁଇ ଗଞ୍ଜେଇ ମାଫିଆ ଫେରାର । ବାଲିଗୁଡା ପୋଲିସର ପେଟ୍ରୋଲିଂ ବେଳେ ବୁଡାଗୁଡା ରାସ୍ତା ନିକଟରେ ଏକ କାରରୁ ୪୦ କେଜି ପାଞ୍ଚ ଶହ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି ।

ସୂଚନା ଅନୁଯାୟୀ ବାଲିଗୁଡା ପୋଲିସର ଏକ ଟିମ୍‌ ରାତ୍ରି ପେଟ୍ରୋଲିଂ ବେଳେ ଗଞ୍ଜେଇ ଚାଲାଣ ହେଉଥିବା କାର ଉପରେ ଚଢାଉ କରିଥିଲା । ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.