Below header

୨୫ ବର୍ଷ ପ୍ରତୀକ୍ଷାର ହେଲା ଅନ୍ତ : ପାକିସ୍ତାନ ଜେଲରୁ ଜନ୍ମମାଟିକୁ ଫେରିଲେ ବିର୍‌ଜୁ, ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଖୁସିର ଲହରୀ

ସୁନ୍ଦରଗଡ଼: ଜନ୍ମମାଟିକୁ ଫେରିଛନ୍ତି ବିର୍‌ଜୁ । ପାକିସ୍ତାନ ଜେଲରେ ୨୫ ବର୍ଷ ଧରି ବନ୍ଦୀ ଜୀବନ କାଟିବା ପରେ ମୁକ୍ତ ହୋଇ ଭିଟାମାଟିକୁ ଫେରିଛନ୍ତି ସୁନ୍ଦରଗଡ଼ର ବିର୍‌ଜୁ । ଗାଁରେ ପହଞ୍ଚିବା ପରେ ବିର୍‌ଜୁଙ୍କୁ ପ୍ରଥମେ କୁତ୍ରା ବ୍ଳକ୍‌କୁ ନିଆଯାଇଛି । ସେଠାରୁ ଏକ ଶୋଭାଯାତ୍ରାରେ ତାଙ୍କ ଗାଁ ଜଙ୍ଗାଟୋଲିକୁ ନିଆଯାଇଛି । ଏହାପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ବିର୍‌ଜୁଙ୍କୁ ଘରକୁ ଫେରାଇ ଆଣିବାକୁ ଗତ ୬ ତାରିଖରେ ଅମୃତସର ଯାଇଥିଲା ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ଟିମ୍‌ । ଏକ ସ୍ୱତନ୍ତ୍ର ଗାଡ଼ିରେ କୁତ୍ରା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ମଦନ ସିଂ ଅମୃତସର ଯାତ୍ରା କରି ବିରଜୁଙ୍କୁ ଫେରାଇ ଆଣିଛନ୍ତି । ଦୀର୍ଘ ୨୫ ବର୍ଷ ଧରି ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କଟାଇବା ପରେ ମୁକୁଳିଛନ୍ତି ବିରଜୁ ।

ଗତ ୨୬ ତାରିଖରେ ଲାହୋର ଜେଲରୁ ମୁକୁଳିବା ପରେ ଅମୃତସରର ନାରାୟଣଗଞ୍ଜ ସଂଘରୋଧ କେନ୍ଦ୍ରରେ ରହିଥିଲେ । କ୍ୱାରେଣ୍ଟାଇନ ଅବଧି ସରିବା ପରେ ଆଜି ସେ ସୁନ୍ଦରଗଡ଼ ପହଞ୍ଚିଛନ୍ତି । ଘରକୁ ଫେରିବା ପରେ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.