ବଲିଉଡରେ ବୋଲ୍ଡନେସର ସବୁସୀମା ପାର କରନ୍ତି ଅଭିନେତ୍ରୀ ଏମି ଜ୍ଯାକସନ। ଏବେ ଏମି ଏମିତି ଫଟୋଶୁଟ୍କୁ ନେଇ ଚର୍ଚ୍ଚାରେ। ଏବେ ସୋସିଆଲ ମିଡିଆରେ ଏମିଙ୍କ ଏକ ଫଟୋ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ଏମି ଟପଲେସ ହୋଇଥିବା ନଜର ଆସିଛନ୍ତି।
ନିକଟରେ ଏମି ଏକ ନ୍ଯୁଡ ଫଟୋଶୁଟ କରିଛନ୍ତି। ଯାହାକୁ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଫଟୋରେ ଏମି ଖୁବ ବୋଲ୍ଡ ଅବତାରରେ ନଜର ଆସିଛନ୍ତି। ପୂର୍ବରୁ ଏମି ଅନେକ ବୋଲ୍ଡ ଫଟୋ ସେୟାର କରିଛନ୍ତି, କିନ୍ତୁ ଏଥିରେ ତାଙ୍କର ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି। ଯାହାକୁ ଫ୍ଯାନ ପ୍ରଶଂସା କରିବା ସହିତ ସୋସିଆଲ ମିଡିଆରେ ସେୟାର କରିବାରେ ଲାଗିଛନ୍ତି। ଏମିଙ୍କର ଏହି ଟପଲେସ ଫଟୋକୁ ୪ ଲକ୍ଷରୁ ଅଧିକ ଲାଇକ ମିଳିସାରିଛି।
View this post on Instagram
ସୂଚନାଯୋଗ୍ଯ, ପୂର୍ବରୁ ଅଭିନେତା ମିଲନ୍ଦ ସୋମନ ଏକ ନ୍ଯୁଡ ଫଟୋଶୁଟ କରି ସୋସିଆଲ ମିଡିଆରେ ସେୟାର କରିଥିଲେ। ଯେଉଁଥିପାଇଁ ତାଙ୍କ ନାମରେ କେସ ରୁଜୁ ହୋଇଥିଲା। କୋଲଭା ପୋଲିସ ଷ୍ଟେସନରେ ଆଇପିସି ଧାରା ୨୯୪ ଏବଂ ଆଇଟି ଆକ୍ଟ ଧାରା ୬୭ ଅଧିନରେ କେସ ରେଜିଷ୍ଟ୍ରର ହୋଇଥିଲା।