ଭୁଲ ଇଞ୍ଜେକ୍ସନ ଯୋଗୁଁ ଜନ୍ମ ନେଲା ଝିଅ, କିନ୍ତୁ ଦମ୍ପତିକୁ ମିଳିଲା ୭୪ କୋଟି ଟଙ୍କା

ଟିକେ ଅସାବଧାନତା ଯୋଗୁଁ ବଡ କ୍ଷତି ସହିବାକୁ ପଡିଥାଏ। ଆଉ ଭଗବାନ କେତେବେଳେ କାହାକୁ ଛପର ଫାଡି ଦେଇଥାନ୍ତି, ତାହା ସମସ୍ତଙ୍କୁ ଅଜଣା। ଏହାଯୋଗୁଁ କାହାର ଭାଗ୍ଯ ମଧ୍ୟ ପରିବର୍ତ୍ତନ ହୋଇଯାଏ। ଝିଅ ଜନ୍ମ ହେଲେ ବାପାଙ୍କ ମୁଣ୍ଡରେ ଏକ ବଡ ଟେନସନ ଆସିଯାଏ। ଏହାର ଲାଳନପାଳନ, ଦାୟିତ୍ବ, ବାହାଘର ଇତ୍ଯାଦି ଅନେକ କଥାକୁ ନେଇ ଚିନ୍ତିତ ହୋଇପଡନ୍ତି ବାପା ମା’। କିନ୍ତୁ ଯେତେବେଳେ ଏହି ଝିଅ ଜନ୍ମ ହେଉ ହେଉ ନିଜର ବାପାଙ୍କୁ କୋଟିପତି କରିଦିଏ, ତେବେ ଆପଣ କ’ଣ କହିବେ। ଏମିତି ଏକ ଉଦାହରଣ ଆମେରିକାର ସିଏଟଲରେ ଦେଖିବାକୁ ମିଳିଛି। ଏଠାରେ ଜଣେ ନର୍ସଙ୍କ ଦାୟିତ୍ବହୀନତା ଯୋଗୁଁ ଜଣେ ମହିଳାଙ୍କ ଭାଗ୍ଯ ପରିବର୍ତ୍ତନ ହୋଇଯାଇଛି।

ରିପୋର୍ଟ ମୁତାବକ, ଆମେରିକାର ସିଏଟଲରେ ଜଜ୍ ଏକ ପରିବାରକୁ ୭୪ କୋଟି ଟଙ୍କାରୁ ଅଧିକ ରାଶି ଦେବା ନେଇ ନିଷ୍ପତ୍ତି ଶୁଣାଇଛନ୍ତି। ମେଡିକାଲରେ ଜଣେ ନର୍ସ ଜଣେ ମହିଳାଙ୍କୁ ଭୁଲ୍ ଇଞ୍ଜେକ୍ସନ ଦେଇଦେଲେ । ମହିଳାଙ୍କୁ ଏକ କମ୍ୟୁନିଟି କ୍ଲିନିକରେ ବର୍ଥ କଣ୍ଟ୍ରୋଲ ଇଞ୍ଜେକ୍ସନ ଦେବାପାଇଁ ଅଣାଯାଇଥିଲା। କିନ୍ତୁ ନର୍ସ ତାଙ୍କୁ ଭୁଲରେ ଯେଉଁ ଇଞ୍ଜେକ୍ସନ ଦେଇଥିଲେ, ମହିଳା ଜଣକ ଗର୍ଭବତୀ ହେଲେ। ମହିଳା ଜଣକ ସେହି କ୍ଲିନିକରେ ଇଞ୍ଜେକସନ ଲଗାଇଥିଲେ, ତେଣୁ ସେହି ମେଡିକାଲ ନାମରେ କେସ୍ କରିଥିଲେ।

baby

ସେହି ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ପରେ ଦମ୍ପତିଙ୍କର ଏକ ଭିନ୍ନକ୍ଷମ କନ୍ୟା ଜନ୍ମ ନେଲା । ଏନେଇ କେସ୍ କୋର୍ଟ ଗଲା। ଜଜ୍ ଶିଶୁଟିକୁ ୫୫ କୋଟି ଟଙ୍କା ଏବଂ ଦମ୍ପତିଙ୍କୁ କ୍ଷତିପୂରଣ ପାଇଁ ୧୮ କୋଟି ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଲେ । ଶିଶୁଟିର ଚିକିତ୍ସା, ପାଠପଢା ଖର୍ଚ୍ଚ ଓ ଅନ୍ୟ ଖର୍ଚ୍ଚ ପାଇଁ ୫୫ କୋଟି ଟଙ୍କା ଦିଆଗଲା । ରିପୋର୍ଟ ଅନୁସାରେ ୟେସେନିଆ ପଚେକୋ ନାମକ ଏହି ମହିଳା ମା’ ହେବାକୁ ଚାହୁଁନଥିଲେ। କିନ୍ତୁ ନର୍ସର ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ସେ ଗର୍ଭବତୀ ହୋଇଥିଲେ। ଯେହେତୁ ମହିଳା ଜଣକ ଏକ ସରକାରୀ କ୍ଲିନିକରେ ଇଞ୍ଜେକ୍ସନ ଲଗାଇଥିଲେ ସେଥିପାଇଁ ଆମେରିକାର ସଙ୍ଘୀୟ ସରକାରଙ୍କୁ ଭୁଲ୍ ପାଇଁ ଦାୟୀ କରାଗଲା। ପରେ ଦମ୍ପତିଙ୍କୁ ପ୍ରାୟ ୫ ବର୍ଷ ପର୍ଯ୍ୟନ୍ତ କୋଟରେ କେସ୍ ଲଢିବାକୁ ପଡିଥିଲା।

Leave A Reply

Your email address will not be published.