ଚଳିତବର୍ଷର ୨୦ଟି ବେକାର ଆଉ ଦୁର୍ବଳ ପାସୱାର୍ଡ, ଯାହା ମାତ୍ର ଚୁଟକିରେ ହୋଇପାରେ ହ୍ଯାକ୍

ପ୍ରତିବର୍ଷ ଦୁନିଆର ୟୁଜର୍ସଙ୍କ ଦ୍ବାରା ବ୍ୟବହୃତ ଖରାପ ପାସଓ୍ବାର୍ଡ ଜାରି କରାଯାଇଥାଏ। ସୁବିଧାରେ ମନେ ରଖିପାରୁଥିବା ପାସୱାର୍ଡକୁ ଅଧିକାଂଶ ଲୋକ ବ୍ଯବହାର କରନ୍ତି। ବିଶେଷ କରି ଲୋକମାନେ ମନେ ରଖିପାରିବା ଭଳି ପାସଓ୍ବାର୍ଡ ବ୍ୟବହାର କରନ୍ତି। ଫୋନ ଲକ୍ ହେଉ ଅବା ବିଭିନ୍ନ ଲକରରେ ବ୍ୟବହାର ହେଉଥିବା ପାସ୍ଓ୍ବାର୍ଡ ହେଉ ଲୋକେ ସର୍ବଦା ସହଜ ପାସଓ୍ବାର୍ଡ ରଖନ୍ତି।

କିନ୍ତୁ ଏଭଳି ପାସଓ୍ବାର୍ଡକୁ ଅତି ସହଜରେ ହ୍ୟାକ୍ କରିପାରନ୍ତି ହ୍ୟାକର୍ସ। NordPass ୨୦୨୦ର ସବୁଠୁ ଖରାପ ପାସ୍ଓ୍ବାର୍ଡ ଲିଷ୍ଟ ଜାରି କରିଛି। ଏହା ମତରେ ସବୁଠୁ ଲୋକପ୍ରିୟ ପାସ୍ଓ୍ବାର୍ଡ ରହିଛି ୧୨୩୪୫୬ ଓ ୧୨୩୪୫୬୭୮୯। ଏହିସବୁ ପାସଓ୍ବାର୍ଡ ମଧ୍ୟରୁ ଅଧିକକୁ ଏକ ସେକେଣ୍ଡରୁ କମ୍ ସମୟରେ କ୍ରାକ୍ କରାଯାଇପାରିବ।

easy

NordPass ୨୦୨୦ରେ ଏଭଳି ୨୦୦ ପାସ୍ଓ୍ବାର୍ଡ ଲିଷ୍ଟ ଜାରି କରିଛି ଯାହାକି ଖୁବ ସାଧାରଣ ଭାବେ ବ୍ଯବହାର କରାଯାଏ। ପ୍ରତିବର୍ଷ କୋଟି କୋଟି ପାସ୍ଓ୍ବାର୍ଡ ଚୋରି ହେଉଛି। ସବୁବେଳେ କମ୍ପାନୀ କିମ୍ବା ଅନ୍ୟ ସୋର୍ସରୁ ପରାମର୍ଶ ମିଳେ କି ମଜଭୁତ ପାସଓ୍ବାର୍ଡ ବ୍ୟବହାର କରନ୍ତୁ। ଏହି ଲିଷ୍ଟରେ ୨୦୦ରୁ ଅଧିକ ପାସଓ୍ବାର୍ଡ ଥିବା ବେଳେ ୨୦ଟି ଅତ୍ୟନ୍ତ ଖରାପ ବୋଲି ଜଣାପଡ଼ିଛି। ତେବେ ଏଥର ଆସିଥିବା ଖରାପ ପାସ୍ଓ୍ବାର୍ଡ ଲିଷ୍ଟ ୨୦୧୯ ଲିଷ୍ଟ ସହ କିଛି ସମାନ ରହିଛି। ଯାହାକୁ ହ୍ୟାକର୍ସ ସହଜରେ କ୍ରାସ୍ କରିପାରିବେ। ଏହି ଲିଷ୍ଟର ଟପରେ ସାମିଲ ରହିଛି… 123456,123456789, picture1, password, 12345678। ଏହା ପରେ 123123,1234567890 ଏବଂ Senha ।

login

ଆଉ ଏମିତି କିଛି ପାସୱାର୍ଡ, ଯାହା ବହୁତ ସାଧାରଣ…
12345
123456789
Picture1
Password
12345678
111111
123123
12345
1234567890
Senha
1234567
Qwerty
Abc123million2
000000
Iloveyou
Aaron431
Password1
Qqww1122
123
Omgpop
123321

Leave A Reply

Your email address will not be published.