ଦେଖନ୍ତୁ ଏହି ମଜାଦାର ଭିଡିଓ, କେମିତି ଛୋଟ ଛୁଆଟି ନିଜ ଖେଳନା ଗାଡ଼ିରେ ଭିଡୁଛି ବାପାଙ୍କ ବଡ କାର୍‌

ପିଲାଙ୍କୁ ଟିକେ ଖୁସି କରିବା ପାଇଁ ବାପା ମା’ ମାନେ ସବୁ କିଛି କରିବାକୁ ପ୍ରସ୍ତୁତ ଥାନ୍ତି । ଅଝଟ ଶିଶୁଟିକୁ ବୁଝାଇବା ପାଇଁ ଅସମ୍ଭବ ପ୍ରୟାସ କରିବାକୁ ବି ପଛ ଘୁଞ୍ଚା ଦିଅନ୍ତି ନାହିଁ । ନିକଟରେ ଟ୍ୱିଟର ଆକାଉଣ୍ଟରେ ଏମିତି ଏକ ଭିଡିଓ ସେୟାର ହୋଇଛି ଯାହା ଏହି ଉକ୍ତି ଟିକୁ ସତ ପ୍ରମାଣିତ କରିଛି । ନିଜ କୁନି ପୁଅର ଖୁସି ପାଇଁ ପିତା ଜଣଙ୍କ ନିଜ ଗାଡିକୁ ଜାଣି ବୁଝି ଖରାପ କରିଦେଇଛନ୍ତି ଅଥବା ଖରାପ ହେବାର ବାହାନା କରୁଛନ୍ତି । ଏହି ଭିଡିଓଟି ସେୟାର ହେବା ମାତ୍ରେ ଏହାକୁ ଅନେକ ଲୋକ ପସନ୍ଦ କରିଥିବା ମଧ୍ୟ ଜଣାଯାଇଛି । ତେବେ ଆସନ୍ତୁ ଭିଡିଓଟିରେ କଣ ଘଟିଛି ତାହା ଉପରେ ନଜର ପକାଇବା ।

ଏକ ଘଂଚ ଜଙ୍ଗଲ ଭିତରେ ପିତାଙ୍କ ବଡ ଜିପଟି ଅଚାନକ ଖରାପ ହୋଇଯାଇଛି । ଆଉ କୌଣସି ବାଟ ନ ପାଇ ନିଜ ୪ ବର୍ଷ ପୁଅର ବ୍ୟାଟେରୀ ଚଳିତ ଖେଳନା କାର୍‌ ସହିତ ନିଜ ଜିପ ଟିକୁ ସେ ଦୌଡ଼ି ସାହାଯ୍ୟରେ ବାନ୍ଧି ଦେଇଛନ୍ତି । ଆଉ ପୁଅକୁ ଇସାରା କରି କହୁଛନ୍ତି ତୁ ତୋ କାର ଚଲା । ତୁ କାର ଚଳାଇଲେ ହିଁ ମୋ ଗାଡି ଚାଲିପାରିବ । ଅନ୍ୟପକ୍ଷରେ ପୁଅଟି ପିତାଙ୍କ ଆଜ୍ଞାକୁ ପାଳନ କରି ନିଜେ କାରରେ ବସି ଧୀରେ ଧୀରେ ଟାଣି ନେଉଛି । ଆପଣ ମନେ ମନେ ଭାବୁଛନ୍ତି ନା ଏକ ଖେଳନା ଗାଡି କେମିତି ଏକ ଟନ ଟନ ଓଜନର ଜିପ ଟିକୁ କେମିତି ଏତେ ସହଜରେ ଟାଣି ନେଉଛି । ପ୍ରକୃତରେ ଘଟଣାଟି ଘଟିଛି ଏହିପରି । ପିତାଙ୍କ କାର୍‌ ସଂପୂର୍ଣ୍ଣ ରୂପେ ଠିକ ଅଛି । କିନ୍ତୁ ନିଜ ଅଝଟ ପୁଅକୁ ବୁଝାଇବା ପାଇଁ ସେ ଏମିତି ଏକ ବାହାନା କରିଛନ୍ତି । ଆଉ ଏହି ସମୟର ଭିଡିଓ କେହି ଜଣେ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଏହାକୁ ଟ୍ୱିଟର ୟୁଜର @Rex Chapman ନିଜ ଟ୍ୱିଟର ହ୍ୟାଣ୍ଡଲରେ ନଭେମ୍ବର ୧୭ତାରିଖରେ ସେୟାର କରିଥିବା ବେଳେ ଏହାର କ୍ୟାପ୍ସନରେ ସେ ଲେଖିଛନ୍ତିକି “ଡାଡ ଅଫ ଦ ଇୟର” । ଆଉ ମାତ୍ର କିଛି ମିନିଟ ଭିତରେ ଟ୍ୱିଟ ଟିକୁ ୭୬ ହଜାର ଥର ଲାଇକ କରାଯାଇଥିବା ବେଳେ ୮ ହଜାର ଥର ରିଟ୍ୱିଟ କରାଯାଇଛି । ଯେବେକି ୧୫ ଲକ୍ଷରୁ ଅଧିକ ଜଣ ଦେଖିସାରିଛନ୍ତି ।

Leave A Reply

Your email address will not be published.