ସୂର୍ଯ୍ୟୋଦୟ ସହ ଆମ ସମସ୍ତଙ୍କ ଦିନ ଆରମ୍ଭ ହୋଇଥାଏ। କିନ୍ତୁ ଏମିତି ଏକ ସହର ରହିଛି ଯେଉଁଠାରେ ସୂର୍ଯ୍ୟୋଦୟ ହୋଇନଥାଏ । ସୂର୍ଯ୍ୟ ଥରେ ଅସ୍ତ ହେଲେ, ପ୍ରାୟ ୬୬ ଦିନ ଲାଗିଥାଏ ପୁଣି ଉଦୟ ହେବାକୁ। ଏମିତି ଅବିଶ୍ୱସନୀୟ ଘଟଣା ଆଲାସ୍କାସ୍ଥିତ ଉତ୍କିୟାବିକ୍ ସହରରେ ଘଟେ। ଏଠାରେ ୧୯ ନଭେମ୍ବରରେ ଶେଷ ଥର ପାଇଁ ସୂର୍ଯ୍ୟୋଦୟ ହୋଇଥିଲା। ଏବେ ଏଠାରେ ୨୦ ନଭେମ୍ବରରୁ ୨୨ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ ଅନ୍ଧକାର ଲାଗି ରହିବ ଓ ୨୩ ଜାନୁଆରୀ ୨୦୨୧ରେ ପୁନଶ୍ଚ ସୂର୍ଯ୍ୟୋଦୟ ହେବ। ସୋସିଆଲ ମିଡିଆରେ ଏହି ସୂର୍ଯ୍ୟାସ୍ତର ଭିଡିଓ ଖୁବ୍ ଭାଇରାଲ ହେଉଛି।
ଏହାକୁ ‘ପୋଲାର୍ ନାଇଟ୍’ କୁହାଯାଏ। ଏଠାରେ ଯେଉଁଦିନ ସୂର୍ଯ୍ୟାସ୍ତ ହୁଏ ଲୋକମାନେ ଉତ୍ସବ ପାଳନ କରିଥାନ୍ତି। ପୁଣି ୬୬ ଦିନ ପରେ ଯେବେ ସୂର୍ଯ୍ୟୋଦୟ ହୁଏ ସେଦିନ ବି ବଡ଼ଧରଣରୁ ଉତ୍ସବ ପାଳିତ ହୋଇଥାଏ। ଏଠାରେ ସବୁବେଳେ ଏଭଳି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତରେ ଅନିୟମିତତା ଦେଖିବାକୁ ମିଳେ।
View this post on Instagram
ଏହି ସହରର ତାପମାତ୍ରା ପ୍ରାୟତଃ ୫ ଡିଗ୍ରୀରୁ ତଳେ ରହିଥାଏ। କିନ୍ତୁ ସୂର୍ଯ୍ୟ ନଥିବା ବେଳେ ତାପମାତ୍ରା ମାଇନସ୍ ୧୦ରୁ ୨୦ ଡିଗ୍ରୀ ମଧ୍ୟରେ ରହେ। ପୋଲାର ନାଇଟ୍ ଆରମ୍ଭ ହେବା ମାତ୍ରେ ସହରରେ ପ୍ରବଳ ଶୀତ ଅନୁଭୂତ ହୋଇଥାଏ। ଏଠାରେ ଶୀତଦିନର ଦିନବେଳା ମଧ୍ୟ ରାତି ଭଳି ଅନ୍ଧକାରମୟ ହୋଇଥାଏ। ଏହି ସହରରେ ସୂର୍ଯ୍ୟୋଦୟ କେତେ ବେଳେ ହୁଏ କେହି ଜାଣିପାରନ୍ତି ନାହିଁ। ବୈଜ୍ଞାନିକ ଭାଷାରେ ଏହାକୁ ‘ପୋଲାର୍ ନାଇଟ୍ସ’ କୁହାଯାଏ।