‘ଗୁଗଲ୍ ପେ’ ଆପ୍ କୁ ନେଇ ଗୁଜବ ଖବର ଖୁବ୍ ଭାଇରାଲ ହେବାରେ ଲାଗିଛି। ସୁଚନା ଅନୁଯାୟୀ, ଆସନ୍ତା ବର୍ଷ ଅର୍ଥାତ ୨୦୨୧ ରୁ ଆପଣ Google Pay ଜରିଆରେ ମାଗଣାରେ ଟଙ୍କା ଟ୍ରାନ୍ସଫର କରିପାରିବେ ନାହିଁ। ‘ଗୁଗଲ୍ ପେ’ ଆସନ୍ତା ବର୍ଷରୁ ଟଙ୍କା ପଠାଇବା ପାଇଁ ଚାର୍ଜ ନେବ। କିନ୍ତୁ ଏହି ଖବର ସମ୍ପୂର୍ଣ୍ଣ ରୂପେ ସତ ନୁହେଁ। ତେବେ ଜାଣନ୍ତୁ କ’ଣ ରହିଛି ସତ୍ୟତା
ବାସ୍ତବରେ Google Pay ଜାନୁଆରୀ ୨୦୨୧ ପେୟରରୁ -ଟୁ-ପେୟର ପେମେଣ୍ଟ ସୁବିଧାକୁ ବନ୍ଦ କରିବାକୁ ଯାଉଛି। ଏହା ବଦଳରେ ଇନଷ୍ଟାଣ୍ଟ ମନି ଟ୍ରାନ୍ସଫର ପେମେଣ୍ଟ ସିଷ୍ଟମ ଯୋଡି ହେବାକୁ ଯାଉଛି। ଗୁଗଲ୍ ପେ ୨ଟି ଉପାୟରେ ବ୍ୟବହାର କରାଯାଇଥାଏ, ଯେଉଁଥିରେ ଗୁଗଲ୍ ପେ ଆପ୍ ଏବଂ pay.google.com ସାମିଲ୍ ରହିଛି। ଇନଷ୍ଟାଣ୍ଟ ମନି ଟ୍ରାନ୍ସଫର ପାଇଁ ଗୁଗଲ୍ ନୂଆ ଆପ୍ ମଧ୍ୟ ଲଞ୍ଚ କରିବ, ଯାହାର ଟେଷ୍ଟ ଆମେରିକାରେ ଜାରି ରହିଛି।
ସୂଚନା ମୁତାବକ ଗୁଗଲ୍ ପେ ୨ଟି ଉପାୟରେ କାମ କରିଥାଏ। ଭାରତରେ Google Pay ୟୁପିଆଇ ଜରିଆରେ କାମ କରିଥାଏ। କିନ୍ତୁ ଅନ୍ୟ ଦେଶରେ ଏହି ଡେବିଡ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡ ଜରିଆରେ ବ୍ୟବହାର କରାଯାଇଥାଏ। ସରଳ ଭାଷାରେ କହିବାକୁ ଗଲେ ଭାରତରେ Google Pay ବ୍ୟବହାର କରିବା ପାଇଁ ଆପଣଙ୍କୁ ନିଜର ଆକାଉଣ୍ଟ ନମ୍ବର ଦେବାକୁ ପଡିଥାଏ ଏବଂ ୟୁପିଆଇ ପିନ୍ କରିବାକୁ ପଡିଥାଏ। କିନ୍ତୁ ଅନ୍ୟ ଦେଶରେ Google Pay ବ୍ୟବହାର କରିବା ପାଇଁ ଡେବିଟ୍ କାର୍ଡକୁ ଆପ୍ ସହ ଲିଙ୍କକ କରିବାକୁ ପଡିଥାଏ।
ବର୍ତ୍ତମାନ ଏହି ସମସ୍ତ ମାମଲା ଅନ୍ୟ ଦେଶ ସହ ଯୋଡି ହୋଇ ରହିଛି। ଗୁଗଲ୍ ପେ ସପୋର୍ଟ ପେଜ୍ ରେ କହିଛି, ଯେତେବେଳେ ଆପଣ ଡେବିଟ୍ କାର୍ଡରୁ ଟଙ୍କା ଟ୍ରାନ୍ସଫର କରିଥାନ୍ତି ସେତେବେଳେ ୧.୫ ପ୍ରତିଶତ କିମ୍ବା ୦.୩୧ ଡଲାର୍ ଟଙ୍କା ଲାଗିଥାଏ। ଏହିକାରଣରୁ ଭାରତରେ ଗୁଗଲ୍ ପେ ରେ ଡେବିଟ୍ କାର୍ଡର ବ୍ୟବହାର ହେଉନଥିବାରୁ ନୂଆ ନିୟମ ଭାରତର ବ୍ୟବହାରକାରୀଙ୍କୁ ପ୍ରଭାବିତ କରିପାରିବ ନାହିଁ। ଏହା କେବଳ ଆମେରିକାର ଲୋକଙ୍କଚ ପ୍ରଭାବିତ କରିବ ।ଏନେଇ ଆପଣ Google Pay ବ୍ୟବହାର କରୁଥିଲେ ବିଲକୁଲ୍ ବ୍ୟସ୍ତ ହୁଅନ୍ତୁ ନାହିଁ।
ଅନ୍ୟପଟେ ଗୁଗଲ୍ ନିଜର ଏକ ନୋଟିସ୍ ରେ କହିଛି, ଗୁଗଲ୍ pay.google.com କୁ ବନ୍ଦ କରିବାକୁ ଯାଉଛି। ଏଥିରେ ଟଙ୍କା ପଠାଇବା କିମ୍ବା ପ୍ରାପ୍ତ କରିବା ପାଇଁ କେବଳ ଆପଣଙ୍କୁ ଆପ୍ ର ବ୍ୟବହାର କରିବାକୁ ପଡିବ। ନୂଆ ବର୍ଷରେ କମ୍ପାନୀ ଏକ ନୂଆ ଆପ୍ ମଧ୍ୟ ଲଞ୍ଚ କରିବ। ସୂଚନା ମୁତାବକ pay.google.com ପ୍ଲେଟଫର୍ମ ଅଧିକାଂଶ ଗୁଗଲ୍ର ସର୍ଭିସ୍ ଭଳି ଡ୍ରାଇଭ୍ ଆଦି ର ପେମେଣ୍ଟ ପାଇଁ ବ୍ୟବହାର କରାଯାଇଥାଏ।