Below header

ସାମ୍ନାକୁ ଆସିଲା ପାକ୍‌ର ଅସଲି ଚେହେରା, ୨୬/୧୧ ମୁମ୍ବାଇ ଆକ୍ରମଣରେ ମୃତ ଆତଙ୍କୀଙ୍କ ପାଇଁ କରିବ ପ୍ରାର୍ଥନା

୧୨ ବର୍ଷ ପୂର୍ବେ ଅର୍ଥାତ୍‌ ୨୬ ନଭେମ୍ବର ୨୦୦୮ରେ ମୁମ୍ବାଇ ଦୋହଲାଇ ଦେଇଥିଲା ଆତଙ୍କବାଦୀ ଆକ୍ରମଣ। ଆଜି ବି ସେ ଆକ୍ରମଣ କଥା ମନେ ପଡ଼ିଲେ ଛାତି ଥରିଯାଏ। ଏହି ଆତଙ୍କୀ ଆକ୍ରମଣରେ ବହୁ ପୋଲିସ କର୍ମଚାରୀଙ୍କ ସମେତ ଶତାଧିକ ସାଧାରଣ ଜନତା ବି ପ୍ରାଣ ହରାଇଥିଲେ। ସାରା ବିଶ୍ୱବାସୀ ଏହି ଆତ୍ମଘାତୀ ଆକ୍ରମଣକୁ ସେତେବେଳେ ତୀବ୍ର ବିରୋଧ କରିଥିଲେ। ୨୬/୧୧ ଆକ୍ରମଣକୁ ସମସ୍ତେ ନିନ୍ଦା କରୁଥିବା ବେଳେ ଏହି ଆକ୍ରମଣରେ ସାମିଲ ଥିବା ଆତଙ୍କବାସୀଙ୍କ ପ୍ରତି ସହାନୁଭୂତି ଦେଖାଇଛି ପାକିସ୍ତାନ। ଆତଙ୍କୀ ସଂଗଠନ ଜମାତ-ଉଦ୍‌-ଦାବା ଆଜି ମୁମ୍ବାଇ ଆକ୍ରମଣରେ ପ୍ରାଣ ହରାଇଥିବା ୧୦ ଆତଙ୍କବାଦୀଙ୍କ ପାଇଁ ପ୍ରାର୍ଥନା କରିବ। ଏଥିପାଇଁ ଏକ ବିରାଟ ସଭାର ଆୟୋଜନ କରାଯାଉଛି।

ରିପୋର୍ଟ ମୁତାବକ ଏହି ବିଶେଷ ପ୍ରାର୍ଥନା ଜମାତର ମସ୍‌ଜିଦ୍‌ରେ ହେବ। ମୁମ୍ବାଇ ଆକ୍ରମଣରେ ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କ ସ୍ମୃତିରେ ଏଠାରେ ପ୍ରାର୍ଥନା କରାଯିବ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସମସ୍ତଙ୍କୁ କୁହାଯାଇଛି। କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜମାତ-ଉଦ୍‌-ଦାବାର ମୁଖ୍ୟ ହାଫିଜ୍‌ ସୟିଦ ଏହାର ଆୟୋଜନ କରୁଛି। ମୁମ୍ବାଇ ଆକ୍ରମଣର ପ୍ରକୃତ ମାଷ୍ଟରମାଇଣ୍ଡ ସେ ହିଁ ଥିଲା। ତା’ ଇସାରାରେ ଭାରତରେ ଏହି ଛାତିଥରା ହମ୍‌ଲା ହୋଇଥିଲା।

mumbai terror attack

ସୂଚନାଯୋଗ୍ୟ ଯେ ୟୁଏନ୍‌ ବା ସଂଯୁକ୍ତ ରାଷ୍ଟ୍ର ତରଫରୁ ହାଫିଜ୍‌ ସୟିଜ୍‌କୁ ଆତଙ୍କବାସୀ ଘୋଷିତ କରାଯାଇଛି। ଆମେରିକା ତା’ ମୁଣ୍ଡ ପାଇଁ ୧ କୋଟି ଆମେରିକୀୟ ଡଲାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି। ତାକୁ ଗତ ବର୍ଷ ଜୁଲାଇ ୧୭ରେ ଆତଙ୍କୀ ସଂଗଠନକୁ ଆର୍ଥିକ ସହାୟତା ଯୋଗାଉଥିବା ଅଭିଯୋଗରେ ଗିରଫ କରାଯାଇଥିଲା। ଏଥିପାଇଁ ହାଫିଜ୍‌ ସୟିଦକୁ ୧୧ ବର୍ଷ ଜେଲ ଦଣ୍ଡାଦେଶ ମଧ୍ୟ ହୋଇଥିଲା। ସେ ଏବେ ଲାହୋରର ଲଖପତ୍‌ ଜେଲରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଛି।

ଦେଖନ୍ତୁ ଭିଡିଓ:

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.