ସମ୍ବାଇ ସୀମାନ୍ତରେ ସୀମା ବିବାଦର ହେବ ସ୍ଥାୟୀ ସମାଧାନ: କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୯୬୩ରେ ସେଟଲମେଣ୍ଟ ଦ୍ବାରା ପୋତାଯାଇଥିବା ୬ଟି ପଥର ଚିହ୍ନଟ

କୋରାପୁଟ : କୋରାପୁଟ ସମ୍ବାଲ ସୀମା ବିବାଦ ସମାଧାନ ପାଇଁ ଚାଲିଛି ଯୋରଦାର ପ୍ରଚେଷ୍ଟା। କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବାଇର ସୁନାବେଡା ଓ ଜାମୁଗୁଡାଠାରେ ସୀମା ଚିହ୍ନଟ କରାଯାଇଛି । ୧୯୬୩ ମସିହା ସେଟେଲମେଣ୍ଟ ମ୍ୟାପ ଅନୁସାରେ କୋରାପୁଟ ପ୍ରଶାସନ ସୀମାରେ ୬ଟି ପଥର ଚିହ୍ନଟ କରିସାରିଥିବା ବେଳେ କେବଳ ସୀମା ନିର୍ଦ୍ଧାରଣ ବାକି ଅଛି । ତେବେ ୬ଟି ପଥର ଚିହ୍ନଟ ପରେ ଆନ୍ଧ୍ର ଓଡିଶା ସୀମା ଭିତରକୁ ପ୍ରାୟ ୧୫୦ ମିଟର ପସି ଆସିଥିବା ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଛି । ତେଣୁ ଆନ୍ଧ୍ରର ମିଛ ଧରା ପଡ଼ିଯିବା ଭୟରେ ଆନ୍ଧ୍ର ମିଳିତ ସର୍ଭେ ପାଇଁ ସହଯୋଗ କରୁନଥୁବା ଅଭିଯୋଗ ହେଉଛି । ଆନ୍ଧ୍ର ପ୍ରଶାସନ ଉପସ୍ଥିତ ରହିଲେ ସୀମା ଚିହ୍ନଟ ଚୂଡାନ୍ତ ହେବ ବୋଲି କୋରାପୁଟ ପ୍ରଶାସନ କହିଛି।

borderତେବେ ଆନ୍ଧ୍ର ପ୍ରଶାସନ ଉପସ୍ଥିତ ରହିଲେ ସୀମା ଚିହ୍ନଟ ଚୁଡାନ୍ତ ହେବ । କିନ୍ତୁ ଆନ୍ଧ୍ର ମିଳିତ ସର୍ଭେ ପାଇଁ ଘୋଷଣାନାମାରେ ସ୍ବାକ୍ଷର କରିଥିଲେ ବି ସର୍ଭେ ପାଇଁ ଆସୁନାହାନ୍ତି ଆନ୍ଧ୍ର ଅଧିକାରୀ । ଆନ୍ଧ୍ର ପ୍ରଶାସନ ଦିନ ଗଡାଇ ଚାଲିଥୁବାରୁ ସୀମା ସମସ୍ୟା ସମାଧାନରେ ବିଳମ୍ବ ଘଟୁଛି। ୧୯୬୩ ମସିହା ସେଟେଲମେଷ୍ଟ ମ୍ୟାପ ଅନୁସାରେ ସୀମା ନିର୍ଦ୍ଧାରଣ ପାଇଁ ଆନ୍ଧ୍ର ରାଜି ହୋଇଥିଲେବି ଏବେ ଏକ ତରଫା ନିଜ ଫରେଷ୍ଟ ମ୍ୟାପ ଅନୁସାରେ ସୀମା ଚିହ୍ନଟ କରୁଛି । ଏହି ମାସ ୩ ତାରିଖ ଦିନ ଉଭୟ ରାଜ୍ୟର ସହମତି ଅନୁସାରେ ୧୯୬୩ ସେଟେଲମେଷ୍ଟ ମ୍ୟାପ ଅନୁସାରେ କୋରାପୁଟ ପ୍ରଶାସନ ସୀମାନ୍ତର ୬ଟି ପଥର ଚିହ୍ନଟ କରିବା ପରେ ଅନେକ ସ୍ଥାନରେ ଆନ୍ଧ୍ର ଓଡ଼ିଶା ସୀମା ଭିତରକୁ ପ୍ରାୟ ୧୫୦ ମିଟର ପସି ଆସିଥିବା ସ୍ପଷ୍ଟ ହୋଇ ଯାଇଛି ।

ସୀମା ବିବାଦର ସମାଧାନ ଖୁବଶୀଘ୍ର ହେବା ଆଶାରେ ଉଭୟ ସୀମାର ଲୋକେ । ବର୍ଷ ବର୍ଷ ହେବ ସେମାନେ ଭାଇଚାରା ବଜାଏ ରଖି ଆସୁଥିବାବେଳେ ୨ ମାସ ହେଲା ଏହି ବିବାଦ ଦେଖା ଦେଇଛି । ତେଣୁ ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀ ଚାହିଁଲେ ଏହି ବିବାଦର ସମାଧାନ ହୋଇ ପାରିବ ଓ ସେମାନଙ୍କ ନିଷ୍ପତି ଉଭୟ ସୀମାର ଲୋକ ମାନିବେ ବୋଲି କହିଛନ୍ତି ସେଠାକାର ବାସିନ୍ଦା । ତେବେ ସୀମା ବିବାଦ ସମାଧାନ ପାଇଁ ଏହି ମାସ ୨୩ ତାରିଖରେ ମିଳିତ ବୈଠକ ପରେ ଉଭୟ ସୀମାରେ ଶାନ୍ତି ବଜାୟ ରହିଛି । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଦେଖା ଦେଇନି ବୋଲି କହିଛନ୍ତି କୋରାପୁଟ ଏସପି।

andraସୀମା ନିର୍ଦ୍ଧାରଣ ପାଇଁ ଦିନ ଯେତିକି ଲମ୍ବୁଛି, ସୀମାନ୍ତ ଲୋକଙ୍କ ମଧ୍ୟରେ ସେତିକି ଆଶଙ୍କା ବଢ଼ିଛି । ତଥାପି କୋରାପୁଟ ଜିଲ୍ଲା ପ୍ରଶାସନର ତ୍ବରିତ ପଦକ୍ଷେପକୁ ସୀମାନ୍ତ ବାସୀ ବେଶ ପ୍ରଶଂସା କରୁଥିବାବେଳେ, ବିବାଦର ଖୁବ ଶୀଘ୍ର ସ୍ଥାୟୀ ସମାଧାନ ହେବ ଏହି ଆଶା ରଖିଛନ୍ତି।

Leave A Reply

Your email address will not be published.