ଭଦ୍ରକ ଜିଲ୍ଲାରେ ପ୍ରଥମ କରି କିନ୍ନରଙ୍କୁ ମଧୁବାବୁ ପେନସନ୍‌ ପ୍ରଦାନ

ଭଦ୍ରକ(କେନ୍ୟୁଜ୍‌): ଭଦ୍ରକ ଜିଲ୍ଲାରେ ପ୍ରଥମ କରି କିନ୍ନରମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପ୍ରଦାନ କରାଯାଇଛି। ଭଦ୍ରକ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ କିନ୍ନରମାନଙ୍କୁ ଚୟନ କରାଯିବା ପରେ ସେମାନଙ୍କୁ ଏହି ଭତ୍ତା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଦୀର୍ଘ ଦିନ ହେବ ଭଦ୍ରକ ସହର ସ୍ଥିତ ଚରମ୍ପା ଠାରେ ଏହି କିନ୍ନରମାନେ ବହୁ ଅସୁବିଧାରେ ରହିଆସୁଥିଲେ। ଏନେଇ ସେମାନେ ଭଦ୍ରକ ବିଧାୟକଙ୍କୁ ସାକ୍ଷାତ କରି ନିଜର ସମସ୍ୟା ବିଷୟରେ ଜଣାଇଥିଲେ।

ଏହାପରେ ବିଧାୟକ ସଂଜୀବ ମଲ୍ଲିକଙ୍କ ନିର୍ଦେଶ କ୍ରମେ ଏହି ଭତ୍ତା ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ ପ୍ରଥମ ପର୍ଯାୟରେ ୮ ଜଣ କିନ୍ନରଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ଏହି ଯୋଜନା ଜରିଆରେ କିନ୍ନରମାନଙ୍କୁ ମାସକୁ ୫ଶହ ଟଙ୍କା ଭତ୍ତା ମିଳିବ। ଏନେଇ କିନ୍ନରମାନେ ରାଜ୍ୟସରକାର ଓ ଭଦ୍ରକ ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave A Reply

Your email address will not be published.