ପ୍ରେମିକ ପାଇଁ ୧୪୦୦୦ କିମି ଚାଲିଲା ଗଧିଆ କିନ୍ତୁ ଭଲପାଇବା ବଦଳରେ ମିଳିଲା ମୃତ୍ଯୁ

ପ୍ରେମ ପାଇଁ ମଣିଷ କିଛି ବି କରିପାରେ। ଏମିତି ଅନେକ ଉଦାହରଣ କିମ୍ବା ଘଟଣା ବିଷୟରେ ଆପଣ ନିଶ୍ଚିତ ଦେଖିଥିବେ କିମ୍ବା ଜାଣିଥିବେ। ପ୍ରେମ ପାଇଁ କେତେ ଯେ ପ୍ରେମୀ ଯୁଗଳ ଜୀବନ ଦେଇଛନ୍ତି, ତାହା ମଧ୍ୟ ଜାଣିଥିବେ। କିନ୍ତୁ ଏହି ପ୍ରେମ କେବଳ ମଣିଷ ନୁହେଁ ବରଂ ପଶୁପକ୍ଷୀ ମଧ୍ୟ କରିଥାନ୍ତି। ପଶୁଟିଏ କେତେ ବିଶ୍ବସ୍ତ ଆପଣ ଏକଥା ମଧ୍ୟ ଜାଣିଛନ୍ତି। ଆଉ ଏମାନେ ମଧ୍ୟ ପ୍ରେମ ପାଇଁ ଜୀବନ ହାରିଦିଅନ୍ତି, ତାହା ଜାଣିଲେ ଆପଣଙ୍କ ହ୍‌ଦୟ ନିଶ୍ଚିତ କାନ୍ଦି ଉଠିବ। ପ୍ରେମ ଟିକେ ପାଇବା ପାଇଁ ୧୪ ହଜାର କିମି ଚାଲି ଚାଲି ଯାଇଛି ଗଧିଆ। ଏତେ କିମି ବାଟ ଚାଲିବା ପରେ ମଧ୍ୟ ଗଧିଆକୁ ତା’ର ପ୍ରେମ ମିଳିନି ବରଂ ତାର ଜୀବନ ଚାଲିଯାଇଛି।

ବୈଜ୍ଞାନିକଙ୍କ ମୁତାବକ, ସେମାନେ ଏହି ମାଈ ଗଧିଆକୁ ଏକ ଟ୍ରାନ୍ସମିଟର ଜରିଆରେ ଟ୍ରାକ କରୁଥିଲେ। ଏହି ଗଧିଆ ପ୍ରତିଦିନ ୨୧ କିମି ବାଟ ଚାଲି ଚାଲି ପ୍ରେମ ଖୋଜିବା ପାଇଁ ଯାଇଥାଏ। ଏହାର ନାମ OR-54 ରଖାଯାଇଥିଲା। ନିଜର ସାଥିକୁ ଖୋଜି ଖୋଜି ଗଧିଆ ନିଜ ଘର କାଲିଫର୍ଣ୍ଣିଆର ସୀମା ପାର ହୋଇ ୧୪ କିମି ବାଟ ଚାଲିଯାଇଥିଲା।

female wolf

ଏହି ମାଈ ଗଧିଆ ନିଜ ସାଥି ଠାରୁ ଦୁଇବର୍ଷ ପୂର୍ବେ ଅଲଗା ହୋଇଯାଇଥିଲା। ନିଜ ସାଥିକୁ ଖୋଜି ଖୋଜି ଗଧିଆ ୯ଟି ଦେଶ ଚାଲିଚାଲି ବୁଲିସାରିଥିଲା। ବୈଜ୍ଞାନିକଙ୍କ କହିବାନୁଯାୟୀ, କୌଣସି ଗଧିଆ ନିଜ ସାଥିକୁ ଖୋଜିବା ପାଇଁ ପାଖାପାଖି ୧୦୦ ମାଇଲ ପର୍ଯ୍ଯନ୍ତ ଚାଲିଥାଏ। କିନ୍ତୁ ଏହି ଗଧିଆ ଏତେ ବାଟ ଚାଲିଥିଲା, ଯାହାକୁ ଦେଖି ବୈଜ୍ଞାନିକମାନେ ଆଶ୍ଚର୍ଯ୍ଯ ହୋଇଥିଲେ। ଆଉ ସବୁଠାରୁ ଆଶ୍ଚର୍ଯ୍ଯର କଥା ହେଲା ଏହି ମାଈ ଗଧିଆର ବୟସ ମାତ୍ର ୩ ବର୍ଷ ଥିଲା। କିନ୍ତୁ ନିଜ ସାଥିକୁ ଖୋଜି ଖୋଜି ତା’ର ଜୀବନ ଚାଲିଯାଇଥିଲା। ଏବେ କାଲିଫର୍ଣ୍ଣିଆର ୱାଇଲ୍ଡ ଲାଇଫ ବିଭାଗ ଗଧିଆର ରହସ୍ଯମୟ ମୃତ୍ଯୁକୁ ନେଇ ଯାଞ୍ଚ କରୁଛି।

ଗଧିଆ ନିଜ ସାଥି ପ୍ରତି ବହୁତ ବିଶ୍ବାସୀ ହୋଇଥାନ୍ତି। ସମୟ ଆସିଲେ ଜଣେ ଅନ୍ଯ ପାଇଁ ଜୀବନ ମଧ୍ୟ ଦେଇପାରେ। ଦୁନିଆରେ ସବୁଠାରୁ ଅଧିକ ଗଧିଆ ଆଲସ୍କା, କନାଡା ଏବଂ ସୋଭିଏତ ସଂଘ ଅଞ୍ଚଳରେ ରହିଥାନ୍ତି। ଏମାନଙ୍କ ଜୀବନକାଳ ୬ରୁ ୮ ବର୍ଷ ହୋଇଥାଏ। କିନ୍ତୁ ବନ୍ଦୀ ହୋଇ ରହିଥିବା ଗଧିଆ ୧୮ ବର୍ଷ ପର୍ଯ୍ଯନ୍ତ ମଧ୍ୟ ଜୀବିତ ରହିପାରେ। ଏମାନଙ୍କର ଘ୍ରାଣଶକ୍ତି କ୍ଷମତା ଅଧିକ ରହିଥାଏ। ଏମାନେ ଦେଢ କିମି ଦୂରରୁ କୌଣସି ଜନ୍ତକୁ ଶୁଙ୍ଘି ଜାଣିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.