ଆଜି ଖୋଲିଲା ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ସହିତ କାକଟପୁର ମା’ମଙ୍ଗଳାଙ୍କ ମନ୍ଦିର: ଦର୍ଶନ ପରେ ଭାବବିହ୍ଵଳ ହୋଇପଡିଛନ୍ତି ଭକ୍ତ
କେନ୍ଯୁଜ୍: ଆଜି ପୁରୀ ଜଗନ୍ନାଥଙ୍କ ମନ୍ଦିର ଖୋଲିବା ପରେ ଖୋଲିଛି ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ମନ୍ଦିର। ଦୀର୍ଘ ୯ ମାସ ପରେ ଖୋଲିଛି ପହୁଡ। ମନ୍ଦିର ଖୋଲିବା ପରେ ଦର୍ଶନ ପାଇଁ ଭକ୍ତମାନଙ୍କ ଧାଡି ଲାଗିଛି। ଦୀର୍ଘ ମାସ ପରେ ଅଲାରନାଥଙ୍କ ଦର୍ଶନ କରି ଭକ୍ତମାନେ ଭାବବିହ୍ଵଳ ହୋଇ ପଡିଛନ୍ତି। ସକାଳ ୪ଟାରେ ମନ୍ଦିର ଖୋଲିବା ପରେ ଅବକାଶ, ମଇଲମ ହୋଇ ଗୋପାଳ ବଲ୍ଲଭ ପରେ ପହିଲି ଭୋଗ ନୀତି କରାଯାଇଥିଲା। ପରେ ସର୍ବସାଧାରଣଙ୍କ ଦର୍ଶନ ଆରମ୍ଭ ହୋଇଛି।
ଏହାସହିତ ଏପଟେ କାକଟପୁର ମଙ୍ଗଳା ମନ୍ଦିର ମଧ୍ଯ ଖୋଲିଛି । ପୂର୍ବଦ୍ୱାର ଦେଇ ବ୍ୟାରିକେଟ ମଧ୍ୟ ଦେଇ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ୯ମାସ ଧରି ମନ୍ଦିର ବନ୍ଦ ରହିବା ସହ ଭକ୍ତଙ୍କ ଉପରେ ଲାଗିଥିଲା କଟକଣା । ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ଶ୍ରଦ୍ଧାଳୁ ମାନଙ୍କୁ ହାତକୁ ସାନିଟାଇଜର କରାଯିବା ସହ ସେମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି ।