ଚାନ୍ଦିପୁର ITR କ୍ଷେପଣାସ୍ତ୍ର ଘାଟି ୩ନମ୍ବର ଲଞ୍ଚ ପ୍ୟାଡ୍ରୁ ଉତ୍କ୍ଷେପଣ ହେବ ଉନ୍ନତମାନର ମିସାଇଲ କ୍ୟୁ ଆର୍ ସାମ୍
ବାଲେଶ୍ବର: ଚାନ୍ଦିପୁରରୁ ମିସାଇଲ ପରୀକ୍ଷା । ଉତ୍କ୍ଷେପଣ ହେବ ଉନ୍ନତମାନର ମିସାଇଲ କ୍ୟୁ ଆର୍ ସାମ୍। ଚାନ୍ଦିପୁର ITR କ୍ଷେପଣାସ୍ତ୍ର ଘାଟି ୩ନମ୍ବର ଲଞ୍ଚ ପ୍ୟାଡ୍ରୁ କରାଯିବ ଉତ୍କ୍ଷେପଣ। ଏଥିପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ୩ ନମ୍ବର ଲଞ୍ଚ ପ୍ୟାଡ୍ ରେଞ୍ଜ ଭିତରେ ଆସୁଥିବା ପ୍ରାୟ ଅଢେଇ କିଲୋମିଟର ଅଞ୍ଚଳରେ ଥିବା ଲୋକଙ୍କୁ DRDO ପକ୍ଷରୁ ସ୍ଥାନାନ୍ତର କରାଯାଉଛି।
୪ ପଞ୍ଚାୟତର ୮୦୦୦ ଲୋକଙ୍କୁ ଅସ୍ଥାୟୀ ଭାବେ କରାଯାଉଛି ବିସ୍ଥାପିତ। ଲୋକଙ୍କ ସହ ଗୃହପାଳିତ ପଶୁଙ୍କୁ ମଧ୍ୟ ସ୍ଥାନାନ୍ତରିତ କରାଯାଉଛି। ବାଲେଶ୍ୱର ଜିଲ୍ଲା ସଦର ତହସିଲଦାର ଓ ରେମୁଣା ତହସିଲଦାର ଲୋକଙ୍କୁ ଅସ୍ଥାୟୀ ଶିବିରକୁ ନେବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି।