ବରିଷ୍ଠ IAS ନିରଞ୍ଜନ ସାହୁ ହେଲେ OPSC ସଦସ୍ୟ, ୨ବର୍ଷ ଯାଏଁ କାମ କରିବେ

ଭୁବନେଶ୍ୱର : ଉତ୍ତରାଞ୍ଚଳ ରାଜସ୍ୱ କମିଶନର ତଥା ବରିଷ୍ଠ ଆଇଏଏସ ଅଫିସର ନିରଞ୍ଜନ ସାହୁଙ୍କୁ ରାଜ୍ୟ ସରକାର ଓପିଏସସିର ସଦସ୍ୟ ଭାବେ ଅବସ୍ଥାପିତ କରିଛନ୍ତି। ନିରଞ୍ଜନ ସାହୁ ୩୧ ତାରିଖରେ ଚାକିରିରୁ ଅବସର ନେଉଛନ୍ତି। ଅବସର ନେବା ପରେ ସେ ୨ ବର୍ଷ ପର୍ଯ୍ୟନ୍ତ ଓପିଏସସିର ସଦସ୍ୟ ଭାବେ ପୁଣି କାର୍ଯ୍ୟ କରିବେ। ଓପିଏସସିର ସଦସ୍ୟ ଭାବେ ନିଯୁକ୍ତ ପାଇଥିବାରୁ ସେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଓପିଏସସିକୁ କିପରି ସୁପରିଚାଳନା କରିବେ ତା ଉପରେ ଗୁରୁତ୍ୱ ଦେବେ ବୋଲି ନିରଞ୍ଜନ କହିଛନ୍ତି।

Leave A Reply

Your email address will not be published.