ହିମାଚଳରେ ଭୂକମ୍ପ ଝଟକା, ତ୍ରୀବତା ୪.୨, ଲୋକଙ୍କ ମନରେ କୋକୁଆ ଭୟ

ହିମାଚଳକୁ ପୁଣି ଥରାଇଲା ଭୂକମ୍ପ। ଶନିବାର ହିମାଚଳପ୍ରଦେଶରେ ପୁଣି ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୪.୨ ଥିଲା। ଭୂକମ୍ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। ଭୂକମ୍ପ ହେବା ମାତ୍ରେ ଲୋକ ଘରୁ ବାହାରି ଭୟରେ ଚାରିଆଡେ ଦୌଡିବାକୁ ଆରମ୍ଭ କରିଥିଲେ। ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ।

ନ୍ୟାସନାଲ ସେଣ୍ଟର ଅଫ୍ ସିସ୍ମୋଲୋଜି ଅନୁସାରେ ଭୂକମ୍ପର କେନ୍ଦ୍ର କାଙ୍ଗଡ଼ାର କରେରୀ ହ୍ରଦ ଥିଲା। ଆଜି ରାତି ୮.୨୨ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାପଡ଼ିଛି। ଯଦିଓ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ କିନ୍ତୁ ତୀବ୍ରତା ଏତେ ଅଧିକ ଥିଲା ଯେ ଲୋକେ ଭୟରେ ଘରୁ ପଦାକୁ ବାହାରି ଆସିଥିଲେ।

ଧର୍ମଶାଳା ଓ କାଙ୍ଗଡ଼ା ସହିତ ମନାଲୀରେ ବି ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଏହି ସମୟରେ ବହୁ ସଂଖ୍ୟକ ଲୋକ ଓ ପର୍ଯ୍ୟଟକ ଘର ଏବଂ ହୋଟେଲରୁ ବାହାରକୁ ଚାଲିଆସିଥିଲେ। ତେବେ ନୂଆବର୍ଷରେ ଏହା ତୃତୀୟ ଭୂମିକମ୍ପ। ପୂର୍ବରୁ ଜାନୁଆରୀ ୨ ତାରିଖରେ ଏମିତି ଭୂକମ୍ପ ଝଟକା ଦେଖିବାକୁ ମିଳିଥିଲା। ଯାହାର ତୀବ୍ରତା ୨.୬ ରହିଥିଲା।

Leave A Reply

Your email address will not be published.