ଜାନୁଆରୀ ୨୩ରୁ ଆରମ୍ଭ ହୋଇ ବର୍ଷେ ବ୍ୟାପୀ ଚାଲିବ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ ମହୋତ୍ସବ,ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଗଠନ ହେଲା କମିଟି

କେନ୍ୟୁଜ୍(ବ୍ୟୁରୋ):  ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ । ଜାନୁଆରୀ ୨୩ରୁ ଆରମ୍ଭ ହୋଇ ବର୍ଷେ ବ୍ୟାପୀ ଚାଲିବ ମହୋତ୍ସବ । କଟକ ଓ ଭୁବନେଶ୍ୱର ସମେତ ଦେଶ ବିଦେଶରେ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ଠିକଣା ଭାବେ ପାଳନ ପାଇଁ ଓ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଏକ କମିଟି ଗଠନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। କମିଟିରେ ଅଛନ୍ତି ୮୫ ଜଣ ସଦସ୍ୟ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରିନସିପାଲ ସେକ୍ରେଟାରୀ ପି କେ ମିଶ୍ର ଓ ସାଂସଦ ଭର୍ତ୍ତୃହରି ମହତାବ କମିଟିର ସଦସ୍ୟ ଅଛନ୍ତି। କମିଟିରେ ନେତାଜୀଙ୍କ ପରିବାର ସଦସ୍ୟ ଓ ଐତିହାସିକ ଲେଖକ ମଧ୍ୟ ଅଛନ୍ତି। ଜାନୁଆରୀ ୨୩ରୁ ଏକ ବର୍ଷ ବ୍ୟାପୀ ପାଳନ କରାଯିବ ଜୟନ୍ତୀ ମହୋତ୍ସବ। କଟକ ଓ ଭୁବନେଶ୍ୱର ସମେତ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ କରାଯିବ । ସମସ୍ତ କାର୍ଯ୍ୟକ୍ରମ ଏହି କମିଟି ନିଷ୍ପତ୍ତି ନେବ । ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବାରେ କମିଟି ପରାମର୍ଶ ଦେବ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.