Below header

ସମୁଦ୍ର ଭିତରୁ ମିଳିଲା ଇଣ୍ଡୋନେସିଆର ବିମାନ ଦୁର୍ଘଟଣାର ଭଗ୍ନାବଶେଷ, ଗତକାଲି ହୋଇଯାଇଥିଲା ନିଖୋଜ

କେନ୍ୟୁଜ୍(ବ୍ୟୁରୋ):  ଇଣ୍ଡୋନେସିଆର ବିମାନ ଦୁର୍ଘଟଣାର ଭଗ୍ନାବଶେଷ ସମୁଦ୍ର ଭିତରୁ ମିଳିଛି । ବିମାନ ଓ ଯାତ୍ରୀଙ୍କ ଉଦ୍ଧାର କାର୍ଯ୍ୟରେ ନୌସେନା ଲାଗିଛି । ରାତିରେ ଉଦ୍ଧାର କାର୍ଯ୍ୟ ବନ୍ଦ ଥିବା ବେଳେ ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟରେ ଲାଗିଛି ନୌସେନା । ୧୦ରୁ ଅଧିକ ଜାହାଜ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସମୁଦ୍ରରୁ ବିମାନର କିଛି ଭଗ୍ନାବଶେଷ ମିଳିଛି । ବିମାନର ଧ୍ୱଂସାବଶେଷ ଭତ୍ତର ଜାଭା ଲାକି ଦ୍ୱୀପ ନିକଟରେ ଠାବ ହୋଇଥିବା ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏଯାଏ କାହାର ମୃତଦେହ ଉଦ୍ଧାର କରାଯାଇ ନାହିଁ ।

plance clash 2
courtesy: inquirer

ସମୁଦ୍ରରୁ କିଛି ମଣିଷ ଶରୀରର ଅଂଶ, ପୋଷାକ ମିଳିଛି । ବିମାନରେ ଥିବା ୫୬ ଜଣ ଯାତ୍ରୀ ଓ ୬ଜଣ କ୍ରୁ ମେମ୍ବରଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଶ୍ରୀବିଜୟା ଏୟାରର ବୋଇଙ୍ଗ୍‌ ୭୩୭-୫୦୦ ବିମାନ ଯାତ୍ରୀଙ୍କୁ ନେଇ ରାଜଧାନୀ ଜାକର୍ତ୍ତାରୁ ପଶ୍ଚିମ କଲିମନତନର ପଣ୍ଟାଇନେକକୁ ଯାଉଥିଲା। ସୁକୋର୍ଣ୍ଣୋ ହାତା ଆନ୍ତର୍ଜାତିକ ବିମାନ ବନ୍ଦରରୁ ଟେକ୍‌ ଅଫ କରିଥିଲା ବିମାନ। କିନ୍ତୁ ଉଡାଣ ଆରମ୍ଭ କରିବାର ୪ ମିନିଟ ପରେ ବିମାନ ସହ ଯୋଗାଯୋଗ ବିଛିନ୍ନ ହୋଇଥିଲା। ଯୋଗଯୋଗ ବିଛିନ୍ନ ହେବା କିଛି ସମୟ ପୂର୍ବରୁ, ଗୋଟିଏ ମିନିଟରୁ କମ ସମୟ ଭିତରେ ବିମାନଟି ହଠାତ ୧୦ ହଜାର ଫୁଟ୍‌ ତଳକୁ ଖସିଥିଲା। ବିମାନଟି ପ୍ରାୟ ୨୭ ବର୍ଷ ପୁରୁଣା ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.