Below header

ଗେଟ ଆଡମିଟ୍‌ କାର୍ଡରେ ରହିଯାଇଛି କି କୌଣସି ତ୍ରୁଟି, ତେବେ ଜାଣନ୍ତୁ କେମିତି କରିବେ କରେକସନ୍‌

ଆଇଆଇଟି ବମ୍ବେ ନିକଟରେ ଗେଟ୍‌ ପରୀକ୍ଷାର (GATE 2021 Admit Card) ପ୍ରବେଶ ପତ୍ର ଜାରି କରିଛି। ଏମିତିରେ ଯଦି କୌଣସି ଆଶାୟୀ ପ୍ରାର୍ଥୀଙ୍କୁ ଲାଗିଥାଏ ଯେ ତାଙ୍କ ଆଡମିଟ୍‌ କାର୍ଡରେ କୌଣସି ଗଡବଡ ରହିଛି, ତେବେ ଏଥିପାଇଁ ସେମାନେ ଜାନୁଆରୀ ୧୩ ସୁଦ୍ଧା ସୁଧାରିପାରିବେ। ଏଥିପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ଆଇଆଇଟି ବମ୍ବେକୁ ଆଡମିଟ୍‌ କାର୍ଡର କପି ସହିତ ଇମେଲ୍‌ ମାଧ୍ୟମରେ ସମ୍ବନ୍ଧିତ ଜୋନାଲ ଗେଟ କାର୍ଯ୍ୟାଳୟ ସହିତ ସମ୍ପର୍କ କରିବାକୁ ହେବ। ଛାତ୍ରଙ୍କୁ ସବଜେକ୍ଟରେ ‘ଆଡମିଟ୍‌ କାର୍ଡ କରେକସନ୍‌’ ଲେଖି ଇମେଲ୍‌ କରିବାକୁ ହେବ।

ଆଶାୟୀ ପ୍ରାର୍ଥୀ ଧ୍ୟାନ ରଖନ୍ତୁ ଆଇଆଇଟି ବମ୍ବେ ଜାରି କରିଥିବା ନୋଟିଫିକସେନରେ ଜଣାଇଛି ଯେ ପ୍ରବେଶ ପତ୍ରରେ କେବଳ ତୃଟିକୁ ହିଁ ଠିକ୍‌ କରାଯାଇପାରିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପରୀକ୍ଷା ୬,୭, ୧୨, ୧୩ ଏବଂ ୧୪ ଫେବୃଆରୀ ପର୍ଯ୍ୟନ୍ତ ଆୟୋଜିତ କରାଯିବ।

ଜାଣନ୍ତୁ କେମିତି କରିବେ ଆଡମିଟ୍‌ କାର୍ଡ ଡାଉନଲୋଡ୍‌

ଗେଟ୍‌ ପରୀକ୍ଷା ଆଡମିଟ୍‌ କାର୍ଡ ଡାଉନଲୋଡ କରିବା ପାଇଁ ସର୍ବପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ। ଏହାପରେ ହୋମପେଜ୍‌ ଲିଙ୍କ୍‌ ଉପରେ ‘ଆଡମିଟ୍‌ କାର୍ଡ ଡାଉନଲୋଡ କରନ୍ତୁ’ ଉପରେ କ୍ଲିକ କରନ୍ତୁ। ଏହାପରେ ଏବଂ ଅନ୍ୟ ଲଗଇନ୍‌ କ୍ରିଡେନସିଆଲ୍‌ ପର ଓ୍ଵିଣ୍ଡୋରେ ରଖନ୍ତୁ। ଏହାପରେ ଆଡମିଟ୍‌ କାର୍ଡ ଜମା କରନ୍ତୁ ଏବଂ ଡାଉନଲୋଡ୍‌ କରନ୍ତୁ। କାର୍ଡର ପ୍ରିଣ୍ଟଆଉଟ ବାହାର କରି ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.