ସିଲଭର ସ୍କ୍ରିନରେ ଧୁମ ମଚାଇବା ପାଇଁ ପ୍ରସ୍ତୁତ ଇରଫାନ ପଠାନ, ରିଲିଜ ହେଲା ‘କୋବ୍ରା’ର ଟିଜର

ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇରଫାନ ପଠାନ୍ ଏବେ ବଡ ପରଦାରେ ଧୁମ୍ ମଚାଇବାକୁ ପ୍ରସ୍ତୁତ ରହିଛନ୍ତି। ଇରଫାନଙ୍କ ଅଭିନୀତ ଫିଲ୍ମ ‘କୋବ୍ରା’ର ଟିଜର୍ ରିଲିଜ୍ ହୋଇଛି। ୧୦୦ ସେକେଣ୍ଡର ଏହି ଟିଜରରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସୁଛି।

ତାମିଲ ଷ୍ଟାର ବିକ୍ରମ ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ଇରଫାନ ତୁର୍କୀର ଜଣେ ଇଣ୍ଟର୍ପୋଲ୍ ଅଧିକାରୀ ଭୂମିକାରେ ନଜର ଆସିବେ। ବିକ୍ରମ ଏହି ଫିଲ୍ମରେ ଗଣିତଜ୍ଞ ଭାବେ ଅଭିନୟ କରୁଛନ୍ତି ଓ ନିଜ ସୃଜନଶୀଳତାକୁ ଉପଯୋଗ କରି ସମାଜରେ ଅପରାଧ ଘଟାଉଛନ୍ତି। ଇରଫାନ ସମାଜରୁ ଅପରାଧ ହଟାଇବା ପାଇଁ ବିକ୍ରମଙ୍କୁ କଳା କାରନାମା ବନ୍ଦ କରିବାକୁ ଉଦ୍ୟମ କରୁଥିବା ଫିଲ୍ମରେ ଦେଖିବାକୁ ମିଳିବ। ଫିଲ୍ମକୁ ଅଜୟ ଗନାମୁଥ୍ଯୁ ନିର୍ଦ୍ଦେଶନା ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.