Video: ୯ ବର୍ଷୀୟା ଏହି ଛାତ୍ରୀ ପବନକୁ ପାନୀୟ ଜଳରେ ପରିବର୍ତ୍ତନ କରିବାର ଯନ୍ତ୍ର କଲେ ଆବିଷ୍କାର, ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ
ବିଶ୍ୱରେ ଜଳ ସଙ୍କଟ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ମଣିପୁରର ଜଣେ ଛାତ୍ରୀ ଏକ ଏମିତି ଡିଭାଇସ ବା ଯନ୍ତ୍ର ଆବିଷ୍କାର କରିଛନ୍ତି, ଯାହାକି ଭବିଷ୍ୟତ ପାଇଁ ଏକ ଭଲ ଆଶା ବୋଲି କୁହାଯିବ। ୯ ବର୍ଷୀୟା ଏହି ଛାତ୍ରୀ ହେଉଛନ୍ତି ଜଣେ ପରିବେଶବିତ, ତାଙ୍କ ନାଁ ଲାଇସିପ୍ରିୟା କଙ୍ଗୁଜମ। ସେ ତିଆରି କରିଥିବା ଏହି ଯନ୍ତ୍ର ଜରିଆରେ ଆମକୁ ପ୍ରତ୍ୟେକ ଦିନ ପିଇବା ଯୋଗ୍ୟ ପାଣି ମିଳିପାରିବ। ତେବେ କଙ୍ଗୁଜମଙ୍କ କହିବା ହେଲା, ତାଙ୍କର ଏହି ଯନ୍ତ୍ର ପବନକୁ ପାଣିରେ ପରିବର୍ତ୍ତନ କରିପାରିବ। ଯନ୍ତ୍ରକୁ କ୍ୟାରି କରି କେଉଁଠାକୁ ବି ନିଆଯାଇପାରିବ।
ଆତ୍ମନିର୍ଭର ଭାରତ ଅଧୀନରେ କରିଛନ୍ତି ନିର୍ମାଣ
ଲାଇସିପ୍ରିୟା କଙ୍ଗୁଜମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଏହି ଯନ୍ତ୍ର ଆବିଷ୍କାର କରିଛନ୍ତି। ତାଙ୍କର ଏହି ମିନି ଡିଭାଇସ ସମ୍ପୂର୍ଣ୍ଣ ଭାବେ ସୌର ଶକ୍ତି ଉପରେ ଆଧାରିତ। ତେବେ କଙ୍ଗୁଜମ ଏହି ଯନ୍ତ୍ର ବିଷୟରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେବା ସହିତ ଫଟୋ ପୋଷ୍ଟ କରି ଏହାର ବିଶେଷତ୍ୱ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।
ଡିଭାଇସର ନାଁ ‘SUKIFU-2’
ଏହି ଡିଭାଇସକୁ କଙ୍ଗୁଜମ ‘SUKIFU-2’ ନାଁ ଦେଇଛନ୍ତି, ଯାହାକୁ ଭବିଷ୍ୟ-୨ର ସର୍ଭାଇଭାଲ କିଟ ବୋଲି କୁହାଯାଉଛି।
ଏହି ଯନ୍ତ୍ରକୁ କ୍ୟାରି କରାଯାଇପାରିବ
ଏହି ଯନ୍ତ୍ର ଦେଖିବାକୁ ଏକ ଛୋଟ ପଙ୍ଖା ଭଳି, ଯାହାକୁ ସ୍କୁଲ ପିଲାମାନେ ନିଜ ବ୍ୟାଗ ସାଥୀରେ ମଧ୍ୟ ନେଇପାରିବେ। ଲାଇସିପ୍ରିୟା ସୋସିଆଲ ମିଡିଆରେ ଏହା ବିଷୟରେ କ୍ୟାପସନ ଲେଖିଛନ୍ତି କି, ‘ଲୋକେ ସବୁବେଳେ ବିଜ୍ଞାନକୁ ବହୁତ କଠିନ କହିଥାନ୍ତି। କିନ୍ତୁ ମୁଁ ବିଜ୍ଞାନକୁ ଏକ ସରଳ ଜୀବନଶୈଳୀରେ ବଦଳାଇବାକୁ ଚାହୁଁଛି। ବିଜ୍ଞାନରେ ମାନବତା ପାଇଁ ଅନେକ ସମସ୍ୟାର ସମାଧାନ ରହିଛି। ଆମେ କେବଳ ଏହା ଉପରେ ଖୋଜ କରିବାର ଆବଶ୍ୟକତା ରହିଛି। ମୁଁ ମୋ ଡିଭାଇସକୁ ‘SUKIFU-2’ କହୁଛି’।
ପ୍ରତ୍ୟେକ ଦିନ ୧ ଗାଲନ ପାଣି ବାହାର କରିଥାଏ
ଏହି ଡିଭାଇସ ପ୍ରତିଦିନ ୧ ଗାଲନ ପାଣି ଅର୍ଥାତ ପାଖାପାଖି ୧୬ କପ ଶୁଦ୍ଧ ପାନୀୟ ଜଳ ଉତ୍ପନ୍ନ କରିପାରିବ।
Demonstration of my “SUKIFU-2” device which can convert air into water.
Millions of people are dying every year due to global water crisis bcoz of climate change & natural disaster. My small portable & very cheap affordable device will help to solve the global water crisis. 1/2 pic.twitter.com/xOpHe7k146
— Licypriya Kangujam (@LicypriyaK) January 5, 2021