Below header

ବିବାଦ ମଧ୍ୟରେ ‘ତାଣ୍ଡବ’ ନିର୍ଦ୍ଦେଶକ ମାଗିଲେ କ୍ଷମା, କହିଲେ କୌଣସି ଧର୍ମୀୟ ଭାବନାକୁ ଆହତ କରିବା ଆମର ଉଦ୍ଦେଶ୍ଯ ନଥିଲା

ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଓ୍ଵେବ୍ ସିରିଜ୍ ‘ତାଣ୍ଡବ’କୁ ନେଇ ବିବାଦ ଆରମ୍ଭ ହୋଇଯାଇଥିଲା। ଯାହା ପାଇଁ ଆମାଜନ ପ୍ରାଇମ ଭିଡିଓର ଅଧିକାରୀ ଏବଂ ୱେବ ସିରିଜର ନିର୍ଦ୍ଦେଶକଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜବାବ ମଧ୍ୟ ମାଗିଥିଲା। ଏହାମଧ୍ୟରେ ସିରିଜକୁ ବ୍ଯାନ ଏବଂ ଆମାଜନ ପ୍ରାଇମ ଭିଡିଓକୁ ବଏକଟ୍ କରିବା ପାଇଁ ଦାବି ଜୋର ଧରିଥିଲା। କିନ୍ତୁ ଏହା ମଧ୍ୟରେ ଓ୍ଵେବ୍ ସିରିଜ୍କୁ ନେଇ ଉଠିଥିବା ବାଦ ବିବାଦ ମଧ୍ୟରେ ନିର୍ଦ୍ଦେଶକ ଅଲି ଆବାସ ଜଫର କ୍ଷମା ମାଗିଛନ୍ତି। ସେ ଟ୍ଵିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି।

ସେ ଲେଖିଛନ୍ତି, ଆମେ ଓ୍ଵେବ ସିରିଜ୍ ତାଣ୍ଡବକୁ ନେଇ ଦର୍ଶକଙ୍କ ପ୍ରତିକ୍ରିୟା ଉପରେ ଭଲ ଭାବେ ନଜର ରଖିଛୁ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହିତ ସୋମବାର ଏକ ମିଟିଂ ସମୟରେ ଓ୍ଵେବ୍ ସିରିଜର ବିଭିନ୍ନ ଦୃଶ୍ୟ ଓ କଣ୍ଟେଣ୍ଟ ଲୋକଙ୍କ ଭାବନାକୁ ଆଘାତ ଦେଇଥିବା ନେଇ ଅଭିଯୋଗ ମିଳିଛି। ସେ ଆହୁରି ମଧ୍ୟ କହିଛନ୍ତି, ଓ୍ଵେବ୍ ସିରିଜ୍ ତାଣ୍ଡବ ଏକ ଫିକ୍ସନ। ଯଦି ଏହା କୌଣସି ବି ବ୍ୟକ୍ତି କିମ୍ବା ଘଟଣା ସହ ସମାନତା ରହିଛି ତେବେ ଏହା ଏକ ମାତ୍ର ସଂଯୋଗ। କୌଣସି ବି ବ୍ୟକ୍ତି, ଜାତି, ସଂପ୍ରଦାୟ, ପିଢି, ଧର୍ମ ଓ ଧାର୍ମିକ ବିଶ୍ଵାସର ଭାବନାକୁ ଆଘାତ ଦେବା କିମ୍ବା ସଂସ୍ଥା, ରାଜନୈତିକ ଦଳ କିମ୍ଵା ବ୍ୟକ୍ତି, ଜୀବିତ କିମ୍ବା ମୃତଙ୍କ ଅପମାନ କରିବା ଆମର କୌଣସି ଉଦ୍ଦେଶ୍ୟ ନାହିଁ। ବିନା ସର୍ତ୍ତରେ କ୍ଷମା ମାଗୁଛି ବୋଲି ନିର୍ଦ୍ଦେଶକ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଅନେକ ସ୍ଥାନରେ ତାଣ୍ଡବର ଅଭିନେତା ସୈଫ ଅଲ୍ଲୀ ଖାନ, ଡିମ୍ପଲ କପାଡିଆ ଓ ସୁନିଲ ଗ୍ରୋଭରଙ୍କ ସହିତ ୩୨ ଜଣଙ୍କ ବିରୋଧରେ କେସ ରୁଜୁ କରାଯାଇଛି। ଓ୍ଵେବ୍ ସିରିଜ୍ରେ ହିନ୍ଦୁ ଦେବା ଦେବୀଙ୍କ ଉପହାସ କରିବା ଏବଂ ସମାଜରେ ଜାତିବାଦକୁ ପ୍ରୋତ୍ସାହନ ଦିଆଯାଇଥିବା ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.