Below header

ପୁଣି ପଶୁଙ୍କ ବଳିରେ ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ

ବଲାଙ୍ଗିର: ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରାରେ ପଡିଲା ବଳି। ପୁଣି ପଶୁଙ୍କ ବଳିରେ ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ । କରୋନା କଟକଣା ମଧ୍ୟରେ ଆଦିବାସୀମାନେ ପାରମ୍ପରିକ ଶୋଭାଯାତ୍ରାରେ ଆସି ବଳି ପକାଇଛନ୍ତି।

ଖଇରଗୁଡ଼ାର ମୁଖ୍ୟ ଖଳା କୁମୁରିଆର ସାନଖଳା ଓ ନୂଆଖଳାରେ ଶୁଲିଆ ପୂଜା ପରେ ବଳି ପଡିଥିଲା। ପୂର୍ବରୁ ବଳି ସଂଖ୍ୟା ସୀମିତ କରିବାକୁ ଜିଲ୍ଲା ପ୍ରଶାସନ ଆଦିବାସୀଙ୍କୁ ନିବେଦନ କରିଥିଲେ। ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଜଣେ ଡିଏସ୍‌ପି, ୧୩ ପୋଲିସ ଅଫିସର, ୨ ପ୍ଲାଟୁନ୍‌ ଫୋର୍ସ , ୪୪ ଜଣ ହୋମଗାର୍ଡ ଏବଂ ୩ ଜଣ ମାଜିଷ୍ଟ୍ରେଟ୍‌ ମୁତୟନ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.