ପୁଣେର ସେରମ ଇନଷ୍ଟିଚ୍ୟୁଟ୍‌ରୁ ଆଜି ଓଡ଼ିଶା ଆସୁଛି ଦ୍ୱିତୀୟ ପର୍ଯ୍ୟାୟ କୋଭିସିଲ୍ଡ ଟିକା

ଭୁବନେଶ୍ବର: ଆଜି ଓଡ଼ିଶା ଆସୁଛି ଦ୍ୱିତୀୟ ପର୍ଯ୍ୟାୟ ଟିକା। ୩ ଲକ୍ଷ ୩୪ ହଜାର ୫୦୦ କୋଭିସିଲ୍ଡ ଟିକା ଆସି ପହଞ୍ଚିବ। ପୁଣେର ସେରମ ଇନଷ୍ଟିଚ୍ୟୁଟ୍‌ରୁ ଆସିବ ଟିକା। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫ ଲକ୍ଷ ୪୦ ହଜାର ୮ ଶହ ଭାଏଲ ଆସିଥିଲା। ଆଜି ୧୯୨ଟି ସେସନ୍‌ରେ ଟିକାକରଣ କରାଯିବ। ୨୦ ତାରିଖରେ ୯୨ଟି ସେସନ୍‌, ୨୧ ତାରିଖରେ ୪୩୬ଟି ସେସନ୍‌ରେ ଟିକାକରଣ ହେବ ।

ସେହିପରି ୨୨ ତାରିଖରେ ୧୪୧, ୨୩ରେ ୧୭୮ ଓ ୨୫ ତାରିଖରେ ୨୭୯ଟି ସେସନ୍‌ରେ ଟିକାକରଣ କରାଯିବ । ଏବେ ରାଜ୍ୟରେ ଜାରି ରହିଛି ଟିକାଦାନ। ମୋଟ ୩ଲକ୍ଷ ୩୮ହଜାର ୭୭୭ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ପର୍ଯ୍ୟାୟରେ ଟିକାଦାନ ପାଇଁ ପଞ୍ଜୀକୃତ ହୋଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଟିକା ପହଞ୍ଚିବା ପରେ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କୋଭିଡ୍‌ ଯୋଦ୍ଧାଙ୍କ ଟିକାକରଣ ହୋଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.