Below header

ପିପିଲି ପୋଡ଼ଙ୍ଗ ଛକ ନିକଟରେ ଜଣେ ପଥଚାରୀଙ୍କ ଉପରେ ଚଢିଗଲା ବାଲି ବୋଝେଇ ଟ୍ରାକ୍ଟର, ଯୁବକ ମୃତ

ପିପିଲି : ପୁରୀ- ଭୂବନେଶ୍ୱର ଜାତୀୟ ରାଜପଥର ପିପିଲି ତେଇଶପୁର ନିକଟ ପୋଡ଼ଙ୍ଗ ଛକ ଠାରେ ରାସ୍ତାରେ ଚାଲି ଚାଲି ଯାଉଥିବା ଜଣେ ପଥଚାରୀଙ୍କ ଉପରେ ଏକ ବାଲି ବୋଝେଇ ଟ୍ରାକ୍ଟର ଚଢି ଯିବାରୁ ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି ।

ମୃତ ଯୁବକଙ୍କ ନାମ ଶ୍ରୀବତ୍ସ ଦାଶ ହୋଇଥିବାବେଳେ,ତାଙ୍କ ଘର ତେଇଶପୁର ଗ୍ରାମରେ ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରେ ସାତଶଙ୍ଖ ପୋଲିସ ପଂହଚି ଶବଟିକୁ ଜବତ କରିବା ସହିତ ଟ୍ରକ୍ଟରଟିକୁ ଜବତ କରି ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.