Below header

ଖୁବ ଶୀଘ୍ର ବଦଳିଯିବ ଆପଣଙ୍କ ପ୍ରିୟ Google, ଏବେ ସର୍ଚ୍ଚ କରିବା ହେବ ଆହୁରି ସହଜ

ଇଣ୍ଟର ନେଟ ୟୁଜରଙ୍କ ପାଇଁ ଗୁଗଲ ଏକ ଅତି ଜଣାଶୁଣା ନାଁ । ଏହି ସର୍ଚ୍ଚ ଇଂଜିନ ଜରିଆରେ ଅତି ସହଜରେ ଵିଭିନ୍ନ ତଥ୍ୟ ମିଳିପାରେ । ଭାରତର ଅଧିକାଂଶ ସ୍ଥାନରେ ତ ଏହାକୁ ଗୁଗୁଲ ବାବା ନାଁରେ ବି ଲୋକେ ଡାକନ୍ତି । କିନ୍ତୁ ଜାଣନ୍ତିକି ଖୁବ ଶୀଘ୍ର ଆପଣଙ୍କ ଗୁଗୁଲ ନିଜ ଫିଚର ଗୁଡିକୁ ବଦଳାଇବାକୁ ଯାଉଛି । ଖବର ଅନୁଯାୟୀ ଗୁଗଲ ତରଫରୁ Google ଆପ ବ୍ରାଉଜରର ଏହି ଇନ ଆପ ବ୍ରାଉଜର ପାଇଁ ଲେ ଆଉଟ ଟେଷ୍ଟିଙ୍ଗ ଜାରି ରହିଛି । ଗୁଗୁଲ ପାଇଁ ନୂଆ ଲେଆଉଟ ବ୍ରାଉଜରରେ ବଟମ ବାର ଅପସନ ଦିଆଯାଇଛି । କିନ୍ତୁ ବର୍ତ୍ତମାନ ସମୟରେ ଏହା ଆଣ୍ଡ୍ରଏଡ଼ ବିଟା ଭର୍ଜନ ମାଧ୍ୟମରେ ହିଁ ଉପଲବ୍ଧ ଅଛି । କିନ୍ତୁ ଏହି ନୂଆ ଫିଚରକୁ କେବେ ଲଞ୍ଚ କରାଯିବ ସେନେଇ କମ୍ପାନୀ ଏଯାବତ ସ୍ପଷ୍ଟ କରିନାହିଁ ।

AndroidPolice ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, Googleର ନୂଆ ବଟମ ବାରରେ ସର୍ଚିଙ୍ଗ କରିବା ଖୁବ ସହଜ ହେବ । ଏହା ସହ ବଡ଼ ସ୍କ୍ରିନ ଡିଷ୍ପ୍ଲେରେ ଦେଖାଯାଇ ପାରିବ । ନୂଆ ବଟମ ବାରରେ ପୁରୁଣା ନେବିଗେସନ ଫରୱାର୍ଡ଼ ଓ ଵ୍ୟାକୱାର୍ଡ ସର୍ଟକଟ ମିଳିବ । Google ପେଜରେ ମହଜୂତ ଥିବା ଥ୍ରୀ ଡଟ ଉପରେ ଟ୍ୟାପ କରିବା କ୍ଷଣି ଆପଣଙ୍କୁ ଏକ ସର୍ଟକଟ ପେଜ ମିଳିବ | ଯାହା ଦ୍ୱାରା ଆପଣ କ୍ରୋମ ବ୍ରାଉଜର ଉପରେ କ୍ଲିକ କରି ପାରିବେ । ଏହା ପରେ କଣ୍ଟେଣ୍ଟ ଓ ବ୍ରାଉଜର ସେଟିଙ୍ଗ ପେଜ ଦେଖିପାରିବେ | ଏଠି ଆପଣ ନିଜ ଫିଡ଼ବ୍ୟାକ ବି ଚାହିଁଲେ ସେୟାର କରିପାରିବେ ।

ଏହା ବ୍ୟତୀତ Google ପକ୍ଷରୁ କ୍ୟାଲେଣ୍ଡର ୟୁଜରଙ୍କ ପାଇଁ ନୂଆ ଅପଡ଼େଟ ଜାରି କରାଯାଇଛି । ଏହି ନୂଆ ଅପଡ଼େଟରେ ଅତି ସାମାନ୍ୟ ଧରଣର ପରିବର୍ତ୍ତନ ବି ନଜର ଆସିବ । ଟପ ନେବିଗେସନ ବାରରେ ସର୍ଚ୍ଚ ବଟନକୁ ରିଲୋକେଟ କରାଯାଇପାରିବ । ନିଜ ଅପକମିଙ୍ଗ ଇଭେଣ୍ଟ ଗୁଡିକୁ ବି ସର୍ଚ୍ଚ ବଟମ ସାହାଯ୍ୟରେ ଜାଣିପାରିବେ । ଏହି ଅପଡେଟ ଆଣ୍ଡ୍ରଏଡ଼ ପ୍ଲାଟଫର୍ମର କ୍ୟାଲେଣ୍ଡର ଆପରେ ମହଜୂତ ରହିବ । ଏହି ନୂଆ ଫିଚର ଖୁବ ଶୀଘ୍ର iPhone ୟୁଜରଙ୍କ ପାଇଁ ଉପଲବ୍ଧ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.