ବାପରେ କି ରାଗ, ଟ୍ରକ ସଜାଡିବା ବିଳମ୍ବ ହେବାରୁ ସମ୍ପୂର୍ଣ୍ଣ କ୍ୟାବିନ୍‌ ନେଇ ପଳାଇଲେ ଡ୍ରାଇଭର

ଆନନ୍ଦପୁର (କେନ୍ୟୁଜ) : ବାଃ ବାଃରେ ଆଇଡିଆ। ଟ୍ରକ୍‌ ସଜାଡିବାରେ ବିଳମ୍ବ ହେବାରୁ ପୂରା କ୍ୟାବିନ୍‌ ଉଠାଇନେଲେ ଟ୍ରକ ଡ୍ରାଇଭର। ଏମିତି ଅଜବ ଦୃଶ୍ୟ ଦେଖିବାକୁ ମିଳିଛି ୨୦ ନଂ ଜାତିୟ ରାଜପଥରେ। ଖଲଣା ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ଡାଇନାମା ମେକାନିକର କ୍ୟାବିନକୁ ଟ୍ରକ୍ ଲଗାଇ ଘୋସାଡି ନେଇଛି ଜଣେ ଟ୍ରକ୍ ଡ୍ରାଇଭର। ଟ୍ରକ୍ ସଜାଡିବାରେ ବିଳମ୍ବ ଯୋଗୁଁ ଉତ୍ଯକ୍ତ ହୋଇ ଡାଇନାମା ମେକାନିକର କ୍ୟାବିନ୍କୁ ଟ୍ରକ ଯୋଗେ ଘୋସାଡି ୩କିମି ନେଇଗଲେ ଟ୍ରକ୍ ଡ୍ରାଇଭର। ଘଟଣା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସଂପୃକ୍ତ ଡାଇନାମା ମେକାନିକ୍।

Leave A Reply

Your email address will not be published.