ଲଣ୍ଡନ ରାସ୍ତାରେ ବୋଲ୍ଡ ଫଟୋସୁଟ୍‌ କଲେ ପ୍ରିୟଙ୍କା ଚୋପ୍ରା, କାତିଲାନା ଅନ୍ଦାଜ୍‌ ଦେଖି ମତୁଆଲା ହେଉଛନ୍ତି ଫ୍ୟାନ୍‌

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜଣେ ଏଭଳି ଅଭିନେତ୍ରୀ, ଯିଏ ନିଜ ଦମ୍‌ଦାର ଆକ୍ଟିଂ ପାଇଁ କେବଳ ବଲିଉଡ୍‌ ନୁହେଁ ବରଂ ହଲିଉଡ୍‌ରେ ମଧ୍ୟ ନାଁ କମାଇଛନ୍ତି। ଆକ୍ଟିଂ ବ୍ୟତୀତ ପ୍ରିୟଙ୍କା ନିଜ ଲୁକ୍‌ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ପ୍ରିୟଙ୍କା ପ୍ରତିଦିନ ନିଜ ଗ୍ଲାମର୍ସ ଫଟୋ ସେୟାର କରି ଫ୍ୟାନ୍‌ଙ୍କ ଛାତି ଦୋହଲାଇ ଦେଇଥାନ୍ତି। ନିକଟରେ ପ୍ରିୟଙ୍କା ଇଣ୍ଟରନେଟ୍‌ରେ ସେଭଳି କିଛି ଫଟୋ ସେୟାର କରିଛନ୍ତି। ଫ୍ୟାନ୍‌ମାନେ ମଧ୍ୟ ଏହି ଫଟୋକୁ ଖୁବ୍‌ ପସନ୍ଦ କରୁଛନ୍ତି।

ନିକଟରେ ପ୍ରିୟଙ୍କା ଲଣ୍ଡନ୍‌ ସଡ଼କରେ Elle UK ମ୍ୟାଗଜିନ୍‌ ପାଇଁ ଫଟୋସୁଟ୍‌ କରିଥିଲେ। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ପ୍ରିୟଙ୍କାର ଏହି ଲାଟେଷ୍ଟ ଫଟୋ ସୁଟ୍‌କୁ ଫ୍ୟାନ୍‌ମାନେ ବହୁତ ପସନ୍ଦ କରିଛନ୍ତି। ବ୍ଲାକ୍‌ ଆଣ୍ଡ ହ୍ଵାଇଟ୍‌ ଫଟୋରେ ପିସିଙ୍କର ଏହି ଫଟୋ ପ୍ରକୃତରେ ବହୁତ ଭଲ ହୋଇଛି। ବ୍ଲାକ କଲରର ସର୍ଟସ୍‌ ଓ ଥାଇ ହାଇ ସୁଜ୍‌ରେ ଅଭିନେତ୍ରୀ ବେଶ୍‌ ବୋଲ୍ଡ ନଜର ଆସୁଛନ୍ତି। ତାଙ୍କ ହେୟାର ଷ୍ଟାଇଲ୍‌ ବୟକଟ୍‌ କରିଛି।

ସେହିପରି ଆଉ ଏକ ଫଟୋରେ ପ୍ରିୟଙ୍କାଙ୍କୁ ବ୍ଲାକ୍‌ କ୍ରପ୍‌ ଟପ୍‌ ଓ ମ୍ୟାଚିଂ ପ୍ୟାଣ୍ଟରେ ଦେଖିବାକୁ ମିଳିଛି। ତାଙ୍କ ବୋଲ୍ଡ ଅନ୍ଦାଜ୍‌ ଏକଦମ୍‌ ମସ୍ତ ଲୁକ୍‌ ଦେଉଛି।

ସୂଚନାଯୋଗ୍ୟ ଯେ ନିକଟରେ ନେଟ୍‌ଫ୍ଲିକ୍ସରେ ପ୍ରିୟଙ୍କାଙ୍କ ଫିଲ୍ମ ‘ଦ ହ୍ଵାଇଟ୍‌ ଟାଇଗର’ ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ରାଜକୁମାର ରାଓ ନଜର ଆସିଥିଲେ। ଦର୍ଶକମାନେ ଏହି ଫିଲ୍ମକୁ ବେଶ୍‌ ପସନ୍ଦ କରିଥିଲେ।

Leave A Reply

Your email address will not be published.