Instagram ୟୁଜର୍ସଙ୍କ ପାଇଁ ଆସିଲା କମାଲ୍ ଫିଚର, ଏବେ ଡିଲିଟ୍ ହୋଇଥିବା ପୋଷ୍ଟକୁ କରିପାରିବେ ରି-ଷ୍ଟୋର

ଫଟୋ ସେୟାରିଙ୍ଗ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ନିଜ ୟୁଜର୍ସଙ୍କ ପାଇଁ ବଢ଼ିଆ ଫିଚର୍ସ ଲଞ୍ଚ କରିଛି। ନୂଆବର୍ଷରେ ନିଜ ୟୁଜର୍ସଙ୍କୁ ବଡ ଉପହାର ଦେବ ଇନଷ୍ଟାଗ୍ରାମ। Instagramର ନୂଆ ଅପଡେଟ ବରେ ଆପଣ ଡିଲିଟ୍ ହୋଇଥିବା ପୋଷ୍ଟକୁ ମଧ୍ୟ ଦେଖିପାରିବେ। କେବଳ ଏତିକି ନୁହେଁ ଏହାକୁ ରି-କଭର ମଧ୍ୟ କରିପାରିବେ। ଇନଷ୍ଟାଗ୍ରାମର ଏହି ଫିଚର ଧିରେ ଧିରେ ଜାରି କରାଯାଇଛି। କମ୍ପାନୀ ନିଜର ଏହି ଫିଚର ବିଷୟରେ ବ୍ଲଗରେ ଜଣାଇଛି।

ଇନଷ୍ଟାଗ୍ରାମର ଏହି ଫିଚର ଆସିବା ପରେ ଆପଣ ୩୦ ଦିନ ପର‌୍ୟ୍ୟନ୍ତ ପୁରୁଣା ଡିଲିଟ୍ ହୋଇଥିବା ପୋଷ୍ଟକୁ ରି-ଷ୍ଟୋର କରିପାରିବେ। ଡିଲିଟ୍ ହୋଇଥିବା ପୋଷ୍ଟକୁ ରି-ଷ୍ଟୋର କରିବାର ବିକଳ୍ପ ଇନଷ୍ଟାଗ୍ରାମ ଆପର ସେଟିଙ୍ଗରେ ମିଳିବ। ସବୁଠୁ ଖାସ୍ କଥା ହେଉଛି ଏହି ଫିଚର ଫଟୋ, ଭିଡିଓ, ରିଲ୍ସ ଏବଂ ଆଇଜିଟିଭି ଭିଡିଓ ସମସ୍ତଙ୍କ ପାଇଁ କାମ କରିବ।

instagramଖାସ୍ କଥା ହେଉଛି ନୂଆ ଅପଡେଟ ପରେ ୟୁଜର୍ସ ନିଜ ଷ୍ଟୋରେଜକୁ ଭି ରି-ଷ୍ଟୋର କରିପାରିବେ। ଯଦିଓ ଷ୍ଟୋରେଜକୁ ୩୦ ଦିନ ନୁହେଁ ବରଂ ୨୪ ଘଣ୍ଟା ଭିତରେ ରି-ଷ୍ଟୋର କରାଯାଇପାରିବ। ଏମିତି ବି ଷ୍ଟୋରେଜ ୨୪ ଘଣ୍ଟା ପାଇଁ ହିଁ ହୋଇଥାଏ।

ନୂଆ ଅପଡେଟ ପରେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଡିଲିଟ୍ ହୋଇଥିବା ଫଟୋ, ଭିଡିଓ, ରିଲ୍ସ ଏବଂ ଆଇଜିଟିଭି ଭିଡିଓଜ ଟାଇମଲାଇନରେ ସବୁଦିନ ପାଇଁ ଡିଲିଟ୍ ହୋଇଯିବ। କିନ୍ତୁ କମ୍ପାନୀ ଏହାକୁ ରିସେଣ୍ଟଲୀ ଫୋଲଡରରେ ରଖିବ। ଯେଉଁଠି ଆପଣ ଏହାକୁ ରିଭ୍ୟୁ କରି ୩୦ ଦିନ ଭିତରେ ରି-ଷ୍ଟୋର କରିପାରିବେ।

ଯଦି ଆପଣ ମଧ୍ୟ ଇନଷ୍ଟାଗ୍ରାମର ଏହି ଫିଚରର ଫାଇଦା ଉଠାଇବାକୁ ଚାହୁଁଛନ୍ତି,ତାହେଲେ ସର୍ବପ୍ରଥମେ ନିଜ ଆପକୁ ଅପଡେଟ କରନ୍ତୁ। ଏହାପରେ ଆପର ସେଟିଙ୍ଗକୁ ଯାଇ ଆକାଉଣ୍ଟକୁ ଯାଆନ୍ତୁ ଏବଂ ପରେ ରିସେଣ୍ଟଲୀ ଡିଲିଟେଡ ବିକଳ୍ପକୁ (Settings>Account>Recently Deleted) ଚୟନ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.