ଜଗତସିଂହପୁର: ଦୁର୍ଘଟଣା ପରେ ଉତ୍ତେଜନା। ବସ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ। ଜଗତସିଂହପୁର ସଦର ମହକୁମା ଯୋଗଧାରୀ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ କାକଟପୁର ନଗର ଅଞ୍ଚଳ ଦେବ ବରାଳ। ଦେବ ସକାଳେ ଚାଲ ଚାଲି ରାସ୍ତା ପାର ହେଉଥିବାବେଳେ ସାଇକ୍ରିଷ୍ଣା ନାମକ ଏକ ଯାତ୍ରୀବାହୀ ବସ୍ ତାଙ୍କୁ ଧକ୍କା ଦେଇଥିଲା।
ଗୁରୁତର ଅବସ୍ଥାରେ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଦେବଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଉତ୍ୟକ୍ତ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଜଗତସିଂହପୁର-ମାଛଗାଁ ରାସ୍ତା ଅବରୋଧ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଜା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ବସ୍ଟିକୁ ଥାନାରେ ଅଟକ ରଖାଯାଇଛି।