କେନ୍ଦ୍ରାପଡା: ୫କୋଟି ଜିଏସଟି ଠକେଇ ଅଭିଯୋଗ ପରେ ବ୍ୟବସାୟୀଙ୍କ ଘରେ ଚଢଉ, ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ

କେନ୍ଦ୍ରାପଡା : ବ୍ୟବସାୟୀଙ୍କ ଘରେ ଜିଏସଟି ଚଢଉ । କେନ୍ଦ୍ରାପଡା ସହରର ବ୍ୟବସାୟୀ ବିଶ୍ୱଜିତ୍‌ ସାହୁଙ୍କ ଘରେ ଜିଏସଟି ଚଢଉ କରିଛି । ବ୍ୟବସାୟରେ ୫କୋଟି ଜିଏସଟି ଠକେଇ କରିଥିବା ଅଭିଯୋଗ ହେବା ପରେ ଚଢଉ କରାଯାଇଛି ।

ବିଶ୍ୱଜିତ୍‌ଙ୍କ କାକଟସ୍ଥିତ ବାସ ଭବନ ଓ ଅଫିସରେ ଚଢଉ କରାଯାଇଛି । ଚଢଉ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ବିଶ୍ୱଜିତ୍‌ ନିଜ ପରିବାର ଓ ସମ୍ପର୍କୀୟଙ୍କ ନାଁରେ ଫାର୍ମ କରି ବ୍ୟବସାୟ କରୁଥିଲେ । ସମସ୍ତ କାଗଜପତ୍ର ଯାଞ୍ଚ କରିବା ପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.