Below header

ଦାଦାଙ୍କ ସ୍ମୃତି ପାଇଁ ପୁତୁରା କଲେ ଏମିତି କାମ, କଙ୍କାଳରୁ ତିଆରି କଲେ ଗୀଟାର

ଆମେରିକା ସଂଗୀତକାର ପ୍ରିନ୍ସ ମିଡ ନାଇଟଙ୍କ ଏକ ଭିଡିଓ ବର୍ତ୍ତମାନ ସମୟରେ ଖୁବ ଭାଇରାଲ ହେବାରେ ଲାଗିଛି । ତାଙ୍କ ସହ ତାଙ୍କ ଅଦ୍ଭୁତ ଗୀଟାରକୁ ଦେଖି ଲୋକେ ବେଶୀ ଚକିତ ହେଉଛନ୍ତି | ଖୁବ ଦ୍ରୁତ ଭାବେ ଏହି ଭିଡିଓଟି ମଧ୍ୟ ସେୟାର ହେଉଛି । କିନ୍ତୁ ଏହି ଗୀଟାର ପଛର ପ୍ରକୃତ କାହାଣୀକୁ କେହି ବିଶ୍ୱାସ କରିପାରୁନାହାନ୍ତି । ସତ ଶୁଣି ଆପଣ ବି ନିଶ୍ଚିତ ରୂପେ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରକୃତରେ ଆମେରିକାର ଏହି ସଂଗୀତକାର ଜଣଙ୍କ ନିଜ ସ୍ୱତନ୍ତ୍ର “ହେବି ମେଟାଲ ମ୍ୟୁଜିକ” ଷ୍ଟାଇଲ ପାଇଁ ବେଶୀ ଜଣାଯାନ୍ତି । ଏହି ଷ୍ଟାଇଲକୁ ନେଇ ତାଙ୍କୁ ଯେଉଁ ପରିମାଣରେ ଲୋକପ୍ରିୟତା ମିଳିଛି ଏସବୁର ଶ୍ରେୟ ସେ ତାଙ୍କ ଅଙ୍କଲଙ୍କୁ ଦେଇଛନ୍ତି ।

american

image credit: Times now

କିନ୍ତୁ କିଛି ଦିନ ତଳେ ତାଙ୍କ ଅଙ୍କଲଙ୍କର ଦେହାନ୍ତ ହୋଇଯିବା କାରଣରୁ ଏକ ପ୍ରକାର ଭାଙ୍ଗି ପଡ଼ିଥିଲେ ପ୍ରିନ୍ସ | ନିଜ ଅନ୍ଦାଜରେ ଶ୍ରଦ୍ଧାଞ୍ଜଳି ଦେବାକୁ ସ୍ଥିର କଲେ । ଅଙ୍କଲଙ୍କ କଙ୍କାଳ ଗୁଡିକରେ ସେ ଏକ ଇଲେକ୍ଟ୍ରୋନିକ ଗୀଟାର ନିର୍ମାଣ କଲେ । ଏହା ପରେ ନିଜର ଏକ ଭିଡିଓ ୟୁଟ୍ୟୁବରେ ସେୟାର କରିଥିଲେ । ଏଥିରେ ଖୁବ ସହଜରେ ଗୀଟାର ଟିକୁ ବଜାଉ ଥିବାର ନଜର ଆସିଲେ ପ୍ରିନ୍ସ । କଙ୍କାଳକୁ ବେସ ରୂପେ ବ୍ୟବହାର କରାଯାଇଥିବା ବେଳେ ଏଥିରେ ଷ୍ଟ୍ରିଙ୍ଗ, ଭଲ୍ୟୁମ ନ୍ୟଵ, ଗୀଟାର ନେକ, ଜ୍ୟାକ, ପିକଅପ, ଇଲେକ୍ଟ୍ରୋନିକ ବୋର୍ଡ ଆଦି ଲଗାଯାଇଛି ।

ପ୍ରିନ୍ସଙ୍କ ଅନୁଯାୟୀ କଙ୍କାଳକୁ ଗୀଟାରର ରୂପ ଦେବା ଖୁବ କଠିନ ଥିଲା । ଏହାକୁ ନେଇ ଅନେକ ଯାଞ୍ଚ କରିବା କାରଣରୁ ପୂର୍ବରୁ କେହି ମଧ୍ୟ ଏପରି ପଦକ୍ଷେପ ନେଇ ନଥିବା ଜାଣିବାକୁ ପାଇଥିଲେ । ଅଙ୍କଲଙ୍କ ମୃତ୍ୟୁ ପରେ ତାଙ୍କ ମୃତ ଶରୀରକୁ ମେଡିକାଲ ଛାତ୍ରଙ୍କ ପାଇଁ ଦାନ କରାଯାଇଥିବା ବେଳେ ଏହା ପରେ କେହି ମଧ୍ୟ ଅନ୍ତିମ ସଂସ୍କାର କରିବାକୁ ରାଜି ହୋଇନଥିଲେ । ତେଣୁ ଏକ ସ୍ୱତନ୍ତ୍ର ଉପାୟରେ ତାଙ୍କୁ ସବୁଦିନ ପାଇଁ ମନେ ରଖିବା ପାଇଁ ଏହି ଅଦ୍ଭୁତ କୌଶଳ ଆପଣେଇ ଥିଲେ ପ୍ରିନ୍ସ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.