Below header

ପୁଣି ଦିନିକିଆ ରିମାଣ୍ଡରେ ଯିବେ ପାଠକ ବାପା-ପୁଅ, ଗୋଳନ୍ଥରା ପୋଲିସ୍ କରିବ ଜେରା

ଭୁବନେଶ୍ବର: ପୁଣି ରିମାଣ୍ଡରେ ଯିବେ ବାପା-ପୁଅ। ଗୋଳନ୍ଥରା ପୋଲିସ ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କୁ ଦିନିକିଆ ରିମାଣ୍ଡରେ ନେବ। ରିମାଣ୍ଡରେ ନେଇ ଗୋଳନ୍ଥରା ଥାନାରେ ଜେରା କରାଯିବ। ଦୁଇ ଜଣଙ୍କୁ ରିମାଣ୍ଡରେ ନେବା ପାଇଁ ଭୁବନେଶ୍ୱର SDJM କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟଙ୍କ ଅନୁମତି ପରେ ବାପା-ପୁଅ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର ହୋଇଥିଲେ।

ଠକେଇ ଅଭିଯୋଗରେ ଗୋଳନ୍ଥରା ଥାନାରେ ରହିଛି ୩ଟି ମାମଲା । ଜାନୁୟାରୀ ୨୭ ତାରିଖରେ ପାଠକ ବାପା-ପୁଅଙ୍କୁ ଭିଜିଲାନ୍‌ସ କୋର୍ଟ ଜାମିନ୍‌ ଦେଇଥିଲେ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ପୁଣି ରିମାଣ୍ଡରେ ଯିବେ ବାପା-ପୁଅ। ଗୋଳନ୍ଥରା ପୋଲିସ ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କୁ ଦିନିକିଆ ରିମାଣ୍ଡରେ ନେବ। ରିମାଣ୍ଡରେ ନେଇ ଗୋଳନ୍ଥରା ଥାନାରେ ଜେରା କରାଯିବ। ଦୁଇ ଜଣଙ୍କୁ ରିମାଣ୍ଡରେ ନେବା ପାଇଁ ଭୁବନେଶ୍ୱର SDJM କୋର୍ଟରେ ଆବେଦନ କରାଯାଇଥିଲା। ଉଭୟ ଗିରଫ ହୋଇଥିଲେ। ଭିଜିଲାନ୍‌ସ କେସ୍‌ରେ ଉଭୟଙ୍କୁ ଜାମିନ୍‌ ମିଳିଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ମାମଲା ଏବେବି ବଳବତ୍ତର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.