Below header

ନୂଆପଡ଼ା: ସୁନାବେଡ଼ା ଅଭୟାରଣ୍ୟର ଛୋଟ ଲୋଡରା ଗାଁରେ ଆତଙ୍କ, ବାଘ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ !

ନୂଆପଡ଼ା : ନୂଆପଡ଼ାର ସୁନାବେଡ଼ା ଅଭୟାରଣ୍ୟର ଛୋଟ ଲୋଡରା ଗାଁରେ ଚିତାବାଘ ଆତଙ୍କ। ବାଘ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ସକାଳେ ଗାଁର ଜଣେ ମହିଳା କାଜୁ ବଗିଚାକୁ ଯାଇଥିଲେ।

ତେବେ ସେ ସଂଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିବା ପରେ କାଜୁ ବଗିଚାରେ ତାଙ୍କ ମୃତଦେହ ଠାବ କରିଥିଲେ। ସେପଟେ ସଂଧ୍ୟା ହୋଇଥିବାରୁ ମହିଳାଙ୍କ ମୃତଦେହ ନେଇ ତଦନ୍ତ ହୋଇନଥିବା କହିଛନ୍ତି ସୁନାବେଡା ଅଭୟାରଣ୍ୟ ଡିଏଫଓ ରମେଶ ପ୍ରଧାନ। ଆଜି ଘଟଣାର ଅନୁଧ୍ୟାନ ପରେ ଏହା ବାଘ ଆକ୍ରମଣଜନିତ କି ନାହିଁ ଜଣାପଡିବ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.