IPL 2021: ନିଲାମରେ ଭାଗ ନେବେ ୨୯୨ ଜଣ ଖେଳାଳି, ୨ କୋଟି ବର୍ଗରେ ସାମିଲ ଅଛନ୍ତି ଏହି ପ୍ଲେୟର

ସିନିୟର ସ୍ପିନର ହରଭଜନ ସିଂହ ଓ ମଧ୍ୟ୍ୟକ୍ରମ ବ୍ୟାଟ୍ସମ୍ୟାନ କେଦାର ଯାଦବଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଓ ଗ୍ଲେନ ମ୍ୟାକ୍ସବେଲଙ୍କୁ ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ ନିଲାମୀ ପାଇଁ ଦୁଇ କୋଟି ଟଙ୍କା ବର୍ଗରେ ସାମିଲ କରାଯାଇଛି । ଚଳିତ ଥର ଆଇପିଏଲ ସଂଚାଳନ କମିଟି ଖେଳାଳି ମାନଙ୍କ ସଂଖ୍ୟା ଆଗ ଅପେକ୍ଷା କିଛିଟା କମେଇ ଦେଇଛନ୍ତି । ଯାହା ଫଳରେ ମାତ୍ର ୨୯୨
ଜଣ ଖେଳାଳି ହିଁ ନିଲାମ ପ୍ରକ୍ରିୟାରେ ସାମିଲ ହେବେ । ୮ ଟି ଫ୍ରାଞ୍ଚାଇଜି ଟିମ ୬୧ଟି ସ୍ଥାନ ଭରିବା ପାଇଁ ନିଲାମ ଡାକିବେ । ନିଲାମୀ ତାଲିକାରେ ୧୬୪ ଜଣ ଭାରତୀୟ, ୧୨୫ ଜଣ ବିଦେଶୀଙ୍କ ସମେତ ଆସୋସିଏଟ ଦେଶ ମାନଙ୍କର ତିନି ଜଣ ଖେଳାଳିଙ୍କୁ ସ୍ଥାନ ମିଳିବ ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବା ଆରସିବି ପାଖରେ ସର୍ବାଧିକ ୧୩ଟି ସ୍ଥାନ ଥିବା ବେଳେ ସନରାଇଜର୍ସ ହାଇଦରାବାଦ ପାଖରେ ତିନି ଜଣ ଖେଳାଳିଙ୍କ ସ୍ଥାନ ଖାଲି ଅଛି । କିଙ୍ଗସ ଇଲେଭେନ ପଞ୍ଜାବ ସର୍ବାଧିକ ୫୩ କୋଟି ୧୦ ଲକ୍ଷ ଟଙ୍କା ସହ ନିଲାମୀ ଡାକିବେ । ଯେବେକି ହାଇଦରାବାଦ ୧୧ କୋଟି ଟଙ୍କାରେ ନିଲାମୀ ଧରିବେ ବୋଲି ଜଣାଯାଇଛି | ଚେନ୍ନାଇ ସୁପର କିଙ୍ଗସ ୨୨ କୋଟି ୭୦ ଲକ୍ଷ ଟଙ୍କାରେ ନିଲାମୀ ଧରିବେ ବୋଲି ଜଣାଯାଇଛି । ଏଥର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ୨୦ ଲକ୍ଷରୁ କମ ମୂଲ୍ୟ ବର୍ଗରେ ସାମିଲ କରାଯାଇଛି ।

ମ୍ୟାକ୍ସବେଲ, ସ୍ମିଥଙ୍କ ବ୍ୟତୀତ ବିଦେଶୀ ଖେଳାଳିଙ୍କ ତାଲିକାରେ ଅଛନ୍ତି ଶକିବ ଅଲ ହସନ, ମୋଇନ ଅଲ୍ଲୀ, ଶ୍ୟାମ ବିଳିଙ୍ଗା, ଲିୟମ ପ୍ଳକେଟ, ଯେସନ ରୟଙ୍କ ମାର୍କ ବୁଡ଼ ସର୍ବାଧିକ ବର୍ଗରେ ସାମିଲ ଅଛନ୍ତି । ଦେଢ଼ କୋଟି ଆଧାର ବର୍ଗରେ ୧୨ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି | ଭାରତୀୟ ବ୍ୟାଟ୍ସମ୍ୟାନ ହନୁମାନ ବିହାରୀ, ଦ୍ରୁତ ବୋଲର ଉମେଶ ଯାଦବ ଏକ କୋଟିର ତୃତୀୟ ବର୍ଗରେ ସାମିଲ କରାଯାଇଛି । ଚେନ୍ନାଇରେ ଏହି ନିଲାମୀ ଭାରତୀୟ ସମୟାନୁସାରେ ଦ୍ବିପହର ୩ଟା ସମୟରେ ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.