Below header

ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ, ପିକେଟିଂ କରି ରାସ୍ତା ଅବରୋଧ କରିବା ସହ କରାଯାଇଛି ରେଳରୋକ୍

କଂଗ୍ରେସର ୬ ଘଣ୍ଟିଆ ବନ୍ଦ ଡାକରା

ଭୁବନେଶ୍ବର: ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ଡାକରା । ସକାଳ ୭ରୁ ଦିନ ଗୋଟାଏ ଯାଏ ବନ୍ଦ ପାଳନ କରୁଛି କଂଗ୍ରେସ । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। କଂଗ୍ରେସ କର୍ମୀମାନେ ପିକେଟିଂ କରି ରାସ୍ତା ଅବରୋଧ କରିବା ସହ ଷ୍ଟେସନରେ ରେଳରୋକ କରିଛନ୍ତି। ଜାତୀୟ ରାଜପଥରେ ଶହ ଶହ ଗାଡି ମୋଟର ଅଟକି ରହିଛି। ବନ୍ଦ ପାଳନରୁ ଜରୁରୀ ସେବାକୁ ବାଦ ଦିଆଯାଇଛି । ସେହିଭଳି ବିବାହ ପାଇଁ ଯାଉଥିବା ବରଯାତ୍ରୀ ଗାଡିକୁ ବି ବନ୍ଦରୁ ବାଦ୍‌ ଦିଆଯାଇଛି।

odisha bandhବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି । ସେହିପରି ମୋ ବସ୍‌ ଓ ସିଟି ବସ୍‌ ସେବା ବନ୍ଦ ରହିଛି। ଦିନ ୨ଟା ପର୍ଯ୍ୟନ୍ତ ଗଡିବନି ବସ୍‌। ୭ଘଣ୍ଟା ପାଇଁ ଚଳାଚଳ ବନ୍ଦ ରଖାଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତୈଳ ଦର ହ୍ରାସ କରିବାକୁ ଦାବି କରିଛି କଂଗ୍ରେସ । ଏଥିସହ ବେକାରୀ ସମସ୍ୟା, ନାରୀ ନିର୍ଯାତନା, ଶିଶୁ ନିଖୋଜ, ଚାଷୀ ସମସ୍ୟା, ରାଜନୈତିକ ହିଂସାକାଣ୍ଡ ବୃଦ୍ଧି ପ୍ରତିବାଦରେ ବନ୍ଦ ପାଳନ କରୁଛି କଂଗ୍ରେସ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି।

odisha bandh

କଟକ ନଗର କଂଗ୍ରେସ ଓ ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଉଛି । କଟକ ସହରରେ ବିଡାନାସୀ ଠାରୁ ବାଦମବାଡି ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ବନ୍ଦ ପାଳନ ହେଉଛି । ଅଟୋ ଓ ବସ୍‌ ଚଳାଚଳ ବନ୍ଦ ରହିବା ସହ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଛି ।

ଭଦ୍ରକରେ ଓଡ଼ିଶା ବନ୍ଦର ପ୍ରଭାବ । ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଭଦ୍ରକ ବନ୍ତ ଛକ ଓ ୧୬ ନମ୍ବର ଜାତୀୟ ରାଜପଥର ନୂଆ ବସଷ୍ଟାଣ୍ଡ ନିକଟରେ ରାଜପଥ ଅବରୋଧ କରିଛନ୍ତି କଂଗ୍ରେସ କର୍ମୀ । ସବୁ ବ୍ୟବସାୟିକ ଅନୁଷ୍ଠାନ ମଧ୍ୟ ବନ୍ଦ ରହିଛି । ବନ୍ଦକୁ ସାଧାରଣ ଲୋକ ମଧ୍ୟ ସମର୍ଥନ କରୁଥିବା ଦେଖିବାକୁ ମିଳିଛି ।

bhadrak bandhପୁରୀରେ ଓଡ଼ିଶା ବନ୍ଦର ପ୍ରଭାବ । ବିଭିନ୍ନ ଛକ ମାନଙ୍କରେ କଂଗ୍ରେସ କର୍ମୀ ପିକେଟିଂ କରି ଆନ୍ଦୋଳନ କରୁଛନ୍ତି । ଜିଲ୍ଲା ସଭାପତି ଅଜିତ୍‌ ମଙ୍ଗରାଜଙ୍କ ନେତୃତ୍ୱରେ ଶତାଧିକ କର୍ମୀ ସହରର ବିଭିନ୍ନ ସ୍ଥାନ ବୁଲି ବନ୍ଦ ସମ୍ପର୍କରେ ସଚେତନ କରିଛନ୍ତି । ବସ୍‌ ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି ।

ସେହିପରି ପିପିଲି-ଡେଲାଙ୍ଗରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ପିପିଲି ହାଟ ଛକରେ କଂଗ୍ରେସ କର୍ମୀ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବନ୍ଦ ଯୋଗୁ ପିପିଲିରେ ଆଜି ଦୋକାନ ବଜାର ଖୋଲିନାହିଁ । ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି ।

balangir

ସେହିପରି ଢେଙ୍କାନାଳ କଂଗ୍ରେସ ଦଳ ତରଫରୁ ଢେଙ୍କାନାଳରେ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ବନ୍ଦ ଡାକରା ସକାଳ ୭ ରୁ ଗୋଟାଏ ଯାଏ ଚାଲିବ । କେନ୍ଦ୍ର ସରକାର ପେଟୋଲ ଡିଜେଲ ଓ ଅତ୍ୟାବଶ୍ୟକ ଦ୍ରବ୍ୟର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି। କର୍ମୀମାନଙ୍କ ଦ୍ବାରା କୋରାପୁଟ ଭୁବନେଶ୍ୱର ଓ ଭୁବନେଶ୍ୱର ବଲାଙ୍ଗୀର ଟ୍ରେନକୁ ଢେଙ୍କାନାଳ ଷ୍ଟେସନ ଠାରେ ଅଟକ ରଖିଥିଲେ। ସେହିପରି କଲେଜ ବାଇପାସଠାରେ ୫୫ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ରାସ୍ତାରେ ଶହଶହ ଗାଡି ମଟର ଅଟକି ରହିଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହୋଇଛି।

dhenkanal

ବଲାଙ୍ଗିରରେ ମଧ୍ଯ ଆଜି କଂଗ୍ରେସର ୬ ଘାଣ୍ଟିଆ ଓଡିଶା ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ , ସ୍କୁଲ, କଲେଜ, ଦୋକାନ ବଜାର ଓ ବସ ଚଳାଚଳ ବନ୍ଦ ରହିଛି । ସକାଳୁ ସକାଳୁ କଂଗ୍ରେସ କର୍ମୀ ମାନେ ପିକେଟିଙ୍ଗ କରି ଆନ୍ଦୋଳନ କରିଛନ୍ତି । ସକାଳ ୭ ରୁ ଦିନ ୧ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ।

bandhସେହିପରି ସୁନ୍ଦରଗଡ ସହର ସମେତ ରାଜଗାଙ୍ଗପୁରରେ ବନ୍ଦର ବେଶ ପ୍ରଭାବ ଦେଖିବାକୁ ମିଳିଛି। ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସୁନ୍ଦରଗଡ ସହରର କିରେଇ ବାଇପାସ ନିକଟରେ ଜିଲ୍ଲା କଂଗ୍ରେସ ସଭାପତି ବେଣୁମାଧବ ତ୍ରିପାଠିଙ୍କ ନେତୃତ୍ବରେ କଂଗ୍ରେସ କର୍ମୀ ମାନେ ବିଜୁଏକ୍ସପ୍ରେସ ୱେରେ ବସି ରହିଥିଲେ । ଫଳରେ ବହୁ ଗାଡି ଅଟକି ରହିଥିଲା। ବସ ମାଲିକ ସଂଘ ବସଚଳାଚଳ ବନ୍ଦ କରିଛନ୍ତି। ତେବେ ଦୋକାନ ବଜାର ସମ୍ପର୍ଣ୍ଣ ଭାବେ ବନ୍ଦ ରହିଛି। ବନ୍ଦକୁ ଲୋକେ ସମର୍ଥନ କରୁଥିବା ନେଇ କଂଗ୍ରେସ ଜିଲ୍ଲା ସଭାପତି କହିଛନ୍ତି।

malkangiriଅନ୍ଯପଟେ ମାଲକାନଗିରି ସଦର ମହକୁମାର ବିଭିନ୍ନ ଛକରେ ଶତାଧିକ କର୍ମୀ ପିକେଟିଂ କରି ରାସ୍ତା ଅବରୋଧ କରିଛନ୍ତି। ପେଟ୍ରୋଲ ଓ ଡିଜେଲ ଦାମ ନକମିଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବାକୁ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।

subarnapurତୈଳଦର ବୃଦ୍ଧି ପ୍ରତିବାଦରେ ଆଜି ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ସମଗ୍ର ରାଜ୍ଯରେ ୬ ଘଂଟିଆ ବନ୍ଦ ଡାକରା ଦିଆ ଯାଇଥିବା ବେଳେ ଏହାର ପ୍ରଭାବ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ଯ ଦେଖିବାକୁ ମିଳିଛି । ଜିଲ୍ଲା କଂଗ୍ରେସ ସଭାପତି ଗୈାରୀ ଶ୍ଯାମ ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲାର ୬ଟି ବ୍ଲକରେ କଂଗ୍ରେସ କର୍ମୀମାନେ ପିକେଟିଂ କରିବାସହ ଦୋକାନ ବଜାର ବନ୍ଦ କରିଛନ୍ତି । ଗାଡି ଚଳାଚଳ ମଧ୍ଯ ବନ୍ଦ ରହିଥିବା ବେଳେ ସ୍କୁଲ ,କଲେଜ,ସରକାରୀ କାର୍ଯ୍ଯାଳୟ ,ବେସରକାରୀ କାର୍ଯ୍ଯାଳୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ଶାନ୍ତି ପୂର୍ଣ୍ଣ ଭାବେ ବନ୍ଦ ରହିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରଯାଇଛି ।

umarkotକଂଗ୍ରେସ ଛଅ ଘଣ୍ଟିଆ ଓଡ଼ିଶା ବନ୍ଦ୍‌ ଡାକରାର ପ୍ରଭାବ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟଠାରେ । ସକାଳୁ ସକାଳୁ ଉମରକୋଟ ସହର ରେ କଂଗ୍ରେସ କର୍ମୀ ମାନେ ବୁଲି ବୁଲି ପିକେଟିଂ କରିଥିଲେ । ସମସ୍ତ ଦୋକାନ ବଜାର ବନ୍ଦ କରାଉଥିବା ଦେଖିବାକୁ ମିଳିଛି । ଏଥି ସହ ସହର ର ସମସ୍ତ ଦୋକାନ ବଜାର ବନ୍ଦ ରହିଛଇ। ବ୍ଯାଙ୍କ୍‌ ଓ ପେଟ୍ରୋଲ ପମ୍ପ ବି ବନ୍ଦ୍‌ ରହିଛି । ଟାଉନ୍‌ କଂଗ୍ରେସ ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଥିଲା । ଶୋଭାଯାତ୍ରାରେ କଂଗ୍ରେସ କର୍ମୀମାନେ ଚାରିଆଡେ ବୁଲୁଥିବା ଦେଖିବାକୁ ମିଳିଥିଲା।ଶୋଭାଯାତ୍ରା ପରେ ସ୍ଥାନୀୟ ବସ୍‌ ଷ୍ଟାଣ୍ଡ ଠାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।

jaipurଆଜି ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାରେ ବାଦ ପଡିନି ଜୟପୁର ସହର। କଂଗ୍ରେସ ପକ୍ଷରୁ ଏଠାରେ ମଧ୍ୟ ପ୍ରତିବାଦ କରାଯାଇଛି । ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହେଉଥିବା ବେଳେ, ଆଜି ଦରଦାମ ବୃଦ୍ଧିକୁ ନେଇ ରାଜରାସ୍ତାକୁ କୁ ଓହ୍ଲାଇଛି ଦଳ ।

balasoreବାଲେଶ୍ୱରରେ ବି କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାର ପ୍ରଭାବ । କଂଗ୍ରେସ କର୍ମୀମାନେ ଷ୍ଟେସନରେ ପହଞ୍ଚି ରେଳରୋକ କରିଛନ୍ତି। ଫଳରେ ଟ୍ରେନ୍‌ ସବୁ ଅଟକି ରହିଛି। ଗାଡି ଚଳାଚଳ ମଧ୍ୟ ଠପ୍‌ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.