ସନ୍ତାନ ପ୍ରାପ୍ତି ପାଇଁ ନିଶ୍ଚୟ ଆସନ୍ତୁ ଗଞ୍ଜାମ ଜିଲ୍ଲା କେଶପୁରର ସକଳେଶ୍ବର ମହାଦେବଙ୍କ ମନ୍ଦିରକୁ

ଶୂନ୍ୟ କୋଳକୁ ପୂର୍ଣ୍ଣ କରନ୍ତି ସକଳେଶ୍ଵର ମହାଦେବ। ଗଂଜାମ ଜିଲ୍ଲା କେଶପୁର ନିକଟସ୍ଥ ଗାଁରେ ରହିଛି ବାବା ସକଳେଶ୍ବର ମହାଦେବଙ୍କ ମନ୍ଦିର। ଏଠାରେ ପୂଜା ପାଉଛନ୍ତି ଅଷ୍ଟଶମ୍ଭୁଙ୍କ ଛୋଟ ଛୋଟ ମନ୍ଦିର। ଲୋଙ୍ଘର ଗାଁ ତଥା ଶ୍ରୀ କୃଷ୍ଣ ଶରଣପୁର ନାମିତ ଗାଁର ଶେଷ ଭାଗରେ ଥିବା ଏହି ମନ୍ଦିରକୁ ଯିବାକୁ ହେଲେ କେଶପୁର ଛକ ଠାରୁ ବିକ୍ରମପୁର ରାସ୍ତାରେ ଯିବାକୁ ପଡେ।

sakaleswara

ଇତିହାସ ପୃଷ୍ଠାରୁ ଜଣାଯାଏ ଯେ ମନ୍ଦିରଟି ପାଖାପାଖି ପାଞ୍ଚ ଶହ ବର୍ଷର। ଯେଉଁ ସ୍ଥାନରେ ଏବେ ମନ୍ଦିର ରହିଛି ସେଠାରେ ପୂର୍ବରୁ ଘଞ୍ଚ ଜଙ୍ଗଲ ଥିଲା। ଦିନେ ସେଠାକାର ଜଣେ ଗଉଡ଼ ଅଲୌକିକ ଭାବରେ ଠାକୁରଙ୍କୁ ପାଇଥିଲେ । ଏନେଇ ଖଲ୍ଲିକୋଟ ରାଜା ଶୁଣିବା ପରେ ମନ୍ଦିରରେ ପୂଜାର୍ଚ୍ଚନା ବ୍ୟବସ୍ଥା ଆରମ୍ଭ କରିଥିଲେ। ଏଠାରେ ଲୋକେ ସନ୍ତାନ ପାଇଁ ମାନସିକ ରଖିଥାନ୍ତି। ଆଉ ମାନସିକ ପୂରଣ ହେବା ପରେ ପିଲାର ଚୁଟି ପକାଇଥାନ୍ତି, ଏହି ପରମ୍ପରା କାହିଁ କେଉଁ ଯୁଗରୁ ଚାଲି ଆସୁଛି । ବର୍ତ୍ତମାନ ଏଠାରେ ଶୋଭାପାଉଥିବା ମନ୍ଦିରଟି ସରକାର ଓ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଗଢ଼ି ଉଠିଛି । ଏଠାରେ ଏକ ପାଦୁକା କୁଣ୍ଡ ମଧ୍ୟ ରହିଛି। ଠାକୁରଙ୍କ ପାଖରୁ ଯେଉଁ ପାଦୁକା ଆସେ ତାହା ଏହି କୁଣ୍ଡରେ ପଡିଥାଏ ଏବଂ ଲୋକମାନେ ତାହାକୁ ପାଇଥାନ୍ତି। ସକଳେଶ୍ବର ମହାଦେବ ଯେଭଳି ଏହି ଅଞ୍ଚଳରେ ପ୍ରସିଦ୍ଧ, ଏଠିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶ ମଧ୍ୟ ସେମିତି ମନଲୋଭା।

Leave A Reply

Your email address will not be published.