Below header

ବିନା ହେଲମେଟରେ ଫିଲ୍ମ ଷ୍ଟାଇଲରେ ଗାଡି ଚଲାଇଲେ ବିବେକ ଓବରୟ, ମୁମ୍ବାଇ ପୋଲିସ କାଟିଲା ଚାଲାଣ

ଏବେ ସମଗ୍ର ଦେଶରେ ଟ୍ରାଫିକ ନିୟମ ବେଶ କଡାକଡି ଭାବେ ପାଳନ କରାଯାଉଛି। ଯେଉଁମାନେ ଟ୍ରାଫିକ ନିୟମ ମାନୁନାହାନ୍ତି, ସେମାନଙ୍କର ଚାଲାଣ କଟୁଛି। ଏବେ ବଲିଉଡ ଅଭିନେତା ବିବେକ ଓବରୟଙ୍କ ଟ୍ରାଫିକ୍ ଚାଲାଣ କଟିଛି। ବିନା ହେଲମେଟରେ ବାଇକ୍ ଚଳାଇବା ଯୋଗୁ ତାଙ୍କ ବିରୋଧରେ ଟ୍ରାଫିକ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇଛି।

ସୂଚନା ଅନୁସାରେ ମୁମ୍ବାଇ ପୋଲିସକୁ ସୋସିଆଲ ମିଡିଆରେ ସାମାଜିକ କାର୍ଯ୍ୟକର୍ତ୍ତା ଡା.ବିନୁ ଭର୍ଗିସଙ୍କ ଏକ ଅଭିଯୋଗ ମିଳିଥିଲା। ସେହି ଅଭିଯୋଗ ଆଧାରରେ ପୋଲିସ ଶୁକ୍ରବାର କାର୍ଯ୍ୟାନୁଷ୍ଠାନ କରିଛି।

ବିବେକ ଓବରୟ ଫେବୃଆରୀ ୧୪ ତାରିଖ ଦିନ ତାଙ୍କ ଇନଷ୍ଟା ପେଜରେ ଏକ ଭିଡିଓ ଅପଲୋଡ କରିଥିଲେ। ଯେଉଁଥିରେ ସେ ବିନା ହେଲମେଟ୍ରେ ପତ୍ନୀଙ୍କୁ ପଛରେ ବସାଇ ବାଇକ୍ ଚଳାଉଥିବାର ଦେଖାଯାଇଛି। ଏଥିଲାଗି ତାଙ୍କୁ ୫୦୦ ଟଙ୍କାର ଚାଲାଣ ଧରାଇ ଦିଆଯାଇଛି। ଏହାଛଡା ମୁମ୍ବାଇ ପୋଲିସ ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ ଅନୁସାରେ ଏକ ମକଦ୍ଦମା ମଧ୍ୟ ରୁଜୁ କରିଛି।

ଫିଲ୍ମ ଷ୍ଟାଇଲରେ ରାସ୍ତାରେ ବାହାନ ଚଳାଇବା ଯୋଗୁ ପୋଲିସ ଆଇପିସିର ଧାରା ୧୮୮, ୨୬୯, ମୋଟର ଭେଇକିଲ ଆକ୍ଟର ଧାରା ୧୨୯, ୧୭୭ ଓ ଏପିଡେମିକ ଆକ୍ଟରେ ମକଦ୍ଦମା ରୁଜୁ କରିଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.