Below header

ଶିଶୁ ଯତ୍ନ ଅନୁଷ୍ଠାନରୁ ୩ଭାଇ ଉଉଣୀଙ୍କୁ କୋଳଇ ନେଲେ ତାମିଲ ଦମ୍ପତ୍ତି

ସମ୍ବଲପୁର: ବାପା ମାଙ୍କ ପାଇଁ ସନ୍ତାନ ସନ୍ତାତିଙ୍କ ମୂଲ୍ଯ ସବୁଠୁ ଉଚ୍ଚରେ। ନିଜ ପିଲାଙ୍କ ଖୁସି ପାଇଁ ସାରା ଜୀବନ ସେମାନେ ସଂଘର୍ଷ କରିଥାନ୍ତି । ଭାଗ୍ଯବାନ ସେମାନେ ଯେଉଁମାନଙ୍କ କୋଳରେ ସନ୍ତାନ ଟିଏ ଅଛି । କିନ୍ତୁ ଥରେ ଭାବନ୍ତୁ ଯେଉଁ ଦମ୍ପତିଙ୍କ କୋଳ ବିବାହର ଦୀର୍ଘ ବର୍ଷ ପରେ ମଧ୍ଯ ଖାଲି ରହିଛି, ତାଙ୍କ ମନ କଣ ଯେ ନହେଉଥିବ। କିନ୍ତୁ କଥାରେ ଅଛି ଫଳକୁ ଅପେକ୍ଷା କରିବାଠାରୁ ଅଧିକ ଗୁରୁତ୍ବ ଦେବା ନିଜ କର୍ମକୁ। ଖାଲିଯେ ଜନ୍ମ କଲା ପିଲା ହିଁ ଜଣେ ଯୋଗ୍ଯ ସନ୍ତାନ ହୋଇପାରିବ ତାହା ନୁହେଁ, ଗୋଟେ ଅନାଥକୁ ମଧ୍ଯ ନିଜ ପିଲା ଭଳି ସ୍ନେହ,ମମତା ଦେଇ ନିଜର କରିହେବ। ଯାହା କରି ଦେଖାଇଛନ୍ତି ଏହି ତାମିଲ ଦମ୍ପତ୍ତି। ଶିଶୁ ଯତ୍ନ ଅନୁଷ୍ଠାନରୁ ୩ଜଣ ଭାଇ ଉଉଣୀଙ୍କୁ କୋଳେଇ ନେଇଛନ୍ତି ।

ତାମିଲନାଡୁ କାଂଚିପୁରମ ଜିଲ୍ଲା ଗୁଡୁଭଂଚେରୀ ମାଡାମ୍ବାକମର ସପ୍ଟେଓର ଇଂଜିନିୟର କାର୍ତ୍ତିକ ନାଗାରାଜନ୍‌ ଓ ତାଙ୍କ ସ୍ତ୍ରୀ ଶୁଭଶ୍ରୀ କାର୍ତ୍ତିକ । ବିବାହର ଦୀର୍ଘ ବର୍ଷ ପରେ ବି କୌଣସି ସନ୍ତାନ ସନ୍ତତି ନହେବାରୁ ମନରେ ଦୁଃଖ ଲାଗି ରହୁଥିଲା । ତେବେ ପୌଷ୍ଯ ସନ୍ତାନ ପାଇଁ ବିଭିନ୍ନ ଅନୁଷ୍ଠାନ ଯାଉଥିଲେ । ଶେଷରେ ଅନଲାଇନ ମାଧ୍ୟମରେ ସମ୍ବଲପୁର ଯୁଯୁମୁରା ବ୍ଲକ ଡକ୍ଟର ଆଇଜାକ୍‌ ସାନ୍ତା ବାଲ ନିକେତନରୁ ୩ ଭାଇଭଉଣୀଙ୍କୁ କୋଳେଇ ନେବାକୁ ମନସ୍ଥ କଲେ ।

childଆଉ ନିଜ ମନ କଥା ରଖି ଶେଷରେ ସେମାନ ସମ୍ବଲପୁର ଆସି ୩ ଭାଇ ଉଭଣୀଙ୍କୁ ପୋଷ୍ଯ ହିସାବରେ ଗ୍ରହଣ କରିଛନ୍ତି । ୩ ଭାଇ ଉଭଣୀ ହେଉଛନ୍ତି ୧୪ବର୍ଷର ରୀନା ବର୍ଶ, ୧୦ ବର୍ଷର ଶଙ୍କର ଓ ୭ ବର୍ଷର ତୁଲସୀ । ଏନେଇ ବିଧିବଦ୍ଧ ଭାବେ ସେମାନେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କଠାରେ ଆବେଦନ ଓ ଅନୁମତି ପରେ ସେମାନେ ତାମିଲନାଡୁ ନେଇଛନ୍ତି । ତେବେ ଏମାନଙ୍କୁ ପାଇବା ପରେ ତାମିଲ ଦମ୍ପତ୍ତି ଖୁସିରେ ଆତ୍ମହରା ହୋଇ ନିଜ ପୁଅ ଝିଅଙ୍କୁ ପାଇଥିବା କହିଛନ୍ତି ।

ତେବେ ପ୍ରାଥମିକ ପର୍ଯ୍ଯାୟରେ ୬ ମାସ ପାଇଁ ସେମାନଙ୍କୁ ଅନୁମତି ଦିଆଯାଇଛି । ୬ ମାସ ପରେ ସେମାନେ ପୁଣି ଫ୍ଯାମିଲ ଜଜଙ୍କ ଠାରେ ଆବେଦନ କରି ଅନୁମତି ନେବାକୁ ହେବ ବୋଲି ନିୟମ ରହିଛନ୍ତି । ତେବେ ଅନାଥ ତିନି ଭାଇ ଭଉଣୀଙ୍କୁ ଏହି ଦମ୍ପତି କୋଳେଇ ନେବା ପରେ ସେମାନେ ମଧ୍ୟ ପରିବାର ପାଇ ବହୁତ ଖୁସି । ଗୋଟେପଟେ ଅନାଥ ଶିଶୁଙ୍କୁ ପରିବାର ମିଳିବା ସହ ଦମ୍ପତିଙ୍କ କୋଳ ଭରିଗଲା, ୟା ଠାରୁ ବା ବଡ କଥା କଣ ହୋଇପାରେ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.