ସାମ୍ନାକୁ ଆସିଲା କପିଲ ଶର୍ମା ହ୍ଵିଲ ଚେୟାରରେ ଯିବାର କାରଣ, ଜାଣନ୍ତୁ କ’ଣ ହୋଇଛି କମେଡି କିଙ୍ଗ୍ଙ୍କର
ନିକଟରେ କପିଲ ଶର୍ମାଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ସେତେବେଳେ ସେ ହ୍ଵିଲ ଚେୟାରରେ ବସିଥିଲେ। କପିଲଙ୍କୁ ହ୍ଵିଲ ଚେୟାରରେ ଦେଖି ଫଟୋଗ୍ରାଫର ତାଙ୍କ ଫଟୋ ଉଠାଇବାରୁ କପିଲ ପ୍ରବଳ ରାଗିଯାଇଥିଲେ ଓ ସେମାନଙ୍କୁ ଗାଳି କରିବାକୁ ଲାଗିଥିଲେ। କପିଲ ଫଟୋଗ୍ରାଫରଙ୍କୁ ‘ଉଲ୍ଲୁ କେ ପଠେ’ ବୋଲି କହିଥିଲେ। କପିଲଙ୍କୁ ହ୍ଵିଲ ଚେୟାରରେ ଦେଖି ପ୍ରଥମେ ଫ୍ୟାନ୍ମାନେ ଚିନ୍ତିତ ହୋଇଥିବା ବେଳେ ଫଟୋଗ୍ରାଫରଙ୍କ ପ୍ରତି ବ୍ୟବହାର ଦେଖି ପ୍ରବଳ ଟ୍ରୋଲ କରିଥିଲେ।
ଏବେ କପିଲ ହ୍ଵିଲ ଚେୟାରରେ ବସିବାର କାରଣ ସାମ୍ନାକୁ ଆସିଛି। ସୂଚନାନୁସାରେ, କପିଲଙ୍କ ପିଠିରେ ଆଘାତ ଲାଗିଛି। ତେଣୁ ସେ ହ୍ଵିଲ ଚେୟାରରେ ଯାଉଥିଲେ। ଏନେଇ କପିଲ କହିଛନ୍ତି, ଜିମ୍ରେ ପଡ଼ିଯିବା କାରଣରୁ ତାଙ୍କୁ ଆଘାତ ଲାଗିଛି। କିନ୍ତୁ ଏବେ ସେ ଠିକ୍ ଅଛନ୍ତି।
View this post on Instagram
କ’ଣ ହୋଇଥିଲା ଏୟାରପୋର୍ଟରେ:
ଏୟାରପୋର୍ଟରେ କପିଲଙ୍କୁ ହ୍ଵିଲ ଚେୟାରରେ ଦେଖି ଫଟୋଗ୍ରାଫର ତାଙ୍କ ଫଟୋ ଉଠାଇବାରୁ କପିଲ କହିଥିଲେ, ଯାଅ ସମସ୍ତେ ଏଠୁ। ଏହା ପରେ ଫଟୋଗ୍ରାଫର ସାଇଡ୍ ହୋଇଯିବାରୁ କପିଲ କହିଥିଲେ, ‘ଉଲ୍ଲ କେ ପଠେ’। କପିଲଙ୍କ କଥା ଶୁଣି କ୍ୟାମେରାମ୍ୟାନ୍ କହୁଛନ୍ତି, ରେକର୍ଡ ହୋଇଛି ସାର, ଥ୍ୟାଙ୍କ ୟୁ। କପିଲଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ସମସ୍ତେ ତାଙ୍କୁ ଟ୍ରୋଲ କରୁଛନ୍ତି ଓ ତାଙ୍କୁ ଗର୍ବୀ ବୋଲି କହିଛନ୍ତି।